STORYMIRROR

Preeti padma Dash

Children Stories Inspirational

3  

Preeti padma Dash

Children Stories Inspirational

ସମୟ

ସମୟ

1 min
311

ଟିକ୍ ଟିକ୍ ଘଣ୍ଟା ଚାଲେ

ତାଳରେ ତାଳ ମିଳେଇ

ନିରୁତ୍ତର ଏ ସମୟର ବେଗ

ପଛକୁ ଲେଉଟେ ନାହିଁ।।


   ବିତିଗଲା କାଳ ହୁଏ ଇତିହାସ 

   ସମୟର ହୃଦୟରେ

   ଜହ୍ନ ପରି ଏଠି ସ୍ମୃତି ରହିଯାଏ 

   ସମୟର ଆକାଶରେ।।


କେବେ ଆସେ ଝଡ଼ କେବେ ଭୂମିକମ୍ପ

ଏଇ ସମୟର କୋଳେ

ଆଶା ଅସୁମାରୀ ହଜିଯାଏ ସବୁ

ସମୟର ଅନ୍ତରାଳେ।।


    ହାତେ ମାପି ଯିଏ ଚାଖଣ୍ଡେ ଚାଲଇ

    ସେ ଗଢ଼େ ଭବିଷ୍ୟତ 

    ସମୟର କଲେ ସଦୁପଜୋଗ

    ସ୍ୱପ୍ନ ବି ହୁଏ ସତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍