ସମୟ
ସମୟ
1 min
302
ଟିକ୍ ଟିକ୍ ଘଣ୍ଟା ଚାଲେ
ତାଳରେ ତାଳ ମିଳେଇ
ନିରୁତ୍ତର ଏ ସମୟର ବେଗ
ପଛକୁ ଲେଉଟେ ନାହିଁ।।
ବିତିଗଲା କାଳ ହୁଏ ଇତିହାସ
ସମୟର ହୃଦୟରେ
ଜହ୍ନ ପରି ଏଠି ସ୍ମୃତି ରହିଯାଏ
ସମୟର ଆକାଶରେ।।
କେବେ ଆସେ ଝଡ଼ କେବେ ଭୂମିକମ୍ପ
ଏଇ ସମୟର କୋଳେ
ଆଶା ଅସୁମାରୀ ହଜିଯାଏ ସବୁ
ସମୟର ଅନ୍ତରାଳେ।।
ହାତେ ମାପି ଯିଏ ଚାଖଣ୍ଡେ ଚାଲଇ
ସେ ଗଢ଼େ ଭବିଷ୍ୟତ
ସମୟର କଲେ ସଦୁପଜୋଗ
ସ୍ୱପ୍ନ ବି ହୁଏ ସତ।।
