STORYMIRROR

Preeti padma Dash

Abstract Tragedy Inspirational

3  

Preeti padma Dash

Abstract Tragedy Inspirational

ଆହେ ଶିବଶଙ୍କର

ଆହେ ଶିବଶଙ୍କର

1 min
381

ସକାଳୁ ସକାଳୁ ଯାଉଛି ମନ୍ଦିର,

ପାଖରେ ରଖିଛି ମୁଁ ବେଲ ପତର।

      ସବୁଦିନ ଶୁଭ ଶ୍ରାବଣ ମାସରେ,

      ଆସିବେ ମହାଦେବ ଶିବଶଙ୍କର।

କରିନିଅ ମତେ ଫୁଲ ମହାଦେବ,

ତୁମ ପୂଜାରେ ଲାଗିବି।

      ନହଲେ କରହେ ଦୀପଟିଏ ମତେ,

      ଜାଗରରେ ଜଳୁଥିବି ।

ଆହେ ରାମେସ୍ଵର ବିଶ୍ବର ଆଧାର,

ରଖ ଆମ ଶ୍ରଦ୍ଧାଞ୍ଜଳି।

       କରିବି ଆଳତି ପ୍ରଭୁହେ ତୁମର,

       ନିଜେ ନିଜେ ଜଳି ଜଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract