STORYMIRROR

Preeti padma Dash

Abstract Children Stories Tragedy

3  

Preeti padma Dash

Abstract Children Stories Tragedy

ହାରିବ କୋରୋନା

ହାରିବ କୋରୋନା

1 min
310

ଏବେ କୋରୋନାର ତାଣ୍ଡବରେ ସାରା

ବିଶ୍ୱ ଭିତତ୍ରସ୍ତ ହୋଇଛି,

ଏ ସମୟେ ନିଜ ଦେହକୁ ଜଗିବା

ଅତି ଆବଶ୍ୟକ ହୋଇଛି।।

ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଲେ

କରୋନାଠୁ ବଞ୍ଚି ପାରିବା,

ସେଥିପାଇଁ କେଉଁ ଉପାୟ ରହିଛି

ଆସନ୍ତୁ ସେସବୁ ଜାଣିବା।।

ଅତି ଆବଶ୍ୟକ ଦେହପାଇଁ ଜଳ

ଅଧିକ ମାତ୍ରାରେ ପିଅନ୍ତୁ,

ଯେତେଥର ଜଳ ପିଉଛନ୍ତି ତାକୁ

ଉଷୁମ କରି ପିଅନ୍ତୁ।।

ଯୋଗ ପ୍ରାଣାୟମ ଦେହପାଇଁ ଭଲ

ସର୍ବଦା ଅଭ୍ୟାସ କରନ୍ତୁ,

ପ୍ରତିଦିନ ନିଶ୍ଚେ ତିରିଶ ମିନିଟ

ନିୟମିତ ଭାବେ କରନ୍ତୁ।।

ଯେତେବେଳେ ଖାଦ୍ୟ ଖାଉଛନ୍ତି ତାକୁ

ଗରମ କରି ଖାଆନ୍ତୁ,

ଖାଦ୍ୟରେ ହଳଦୀ ଜିରା ଓ ଧନିଆ

ରସୁଣ ସାମିଲ କରନ୍ତୁ।।

ପୋଦିନ ପତ୍ର ପାନମଧୁରି ମିଶାଇ

ପାଣି ଗରମ କରନ୍ତୁ,

ଶୁଖିଲା କାଶ ହେଉଥାଏ ଯଦି

ଏହି ପାଣିକୁ ପିଅନ୍ତୁ।।

ଶୃଙ୍ଖଳିତ ହୋଇ ସମସ୍ତ ନିୟମ

ଯଦି ପାଳନ କରିବା,

ମହାମାରି ଏଇ କୋରୋନା ରୋଗକୁ

ନିଶ୍ଚୟ ହରାଇ ପରିବା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract