STORYMIRROR

Preeti padma Dash

Abstract Children Stories Tragedy

4  

Preeti padma Dash

Abstract Children Stories Tragedy

ବ୍ରାହ୍ମଣର ପରିଚୟ

ବ୍ରାହ୍ମଣର ପରିଚୟ

1 min
536

ବ୍ରାହ୍ମଣଜାତି, ନୁହେଁ ବ୍ରହ୍ମସ୍ୱରୂପ

        ବ୍ରାହ୍ମଣ, ଇଶ୍ୱରଙ୍କ ପ୍ରତିରୁପ ।


ବ୍ରାହ୍ମଣ,ଶକ୍ତିର ଅଟେ ଅନ୍ୟନାମ

       ବ୍ରାହ୍ମଣ, ତ୍ୟାଗ ଆଉ ଭକ୍ତିରଧାମ ।


ବ୍ରାହ୍ମଣ,ହାତରେ ସୃଷ୍ଟିର ମଙ୍ଗ

       ବ୍ରାହ୍ମଣ,ସୃଷ୍ଟିର ଅଭିଛେଦ୍ୟ ଅଙ୍ଗ।


ବ୍ରାହ୍ମଣ,ଭକ୍ତି ଓ ଜ୍ଞାନର ପ୍ରକାଶ

       ବ୍ରାହ୍ମଣ,ପୁରୁଷାର୍ଥର ତ ଆକାଶ ।


ବ୍ରାହ୍ମଣ,ହିଁ ଆଣେ ସମାଜ ସଂସ୍କାର

       ବ୍ରାହ୍ମଣ,ହିଁ ତୋଳେ ବେଦର ଝଙ୍କାର।


ବ୍ରାହ୍ମଣ,ତ୍ୟାଗ ଓ ଅଂହିସା ପ୍ରତୀକ

       ବ୍ରାହ୍ମଣ, ବ୍ରହ୍ମାଣ୍ଡର ମାର୍ଗଦର୍ଶକ ।


ବ୍ରାହ୍ମଣ, ଶସ୍ତ୍ର ଆଉ ଶାସ୍ତ୍ର ରେ ସିଦ୍ଧ

       ବ୍ରାହ୍ମଣ, ବି କରିପାରେ ଧର୍ମଯୁଦ୍ଧ ।


ବ୍ରାହ୍ମଣ ଆତଙ୍କ ଭୟ ସ°ହାରକ

      ବ୍ରାହ୍ମଣ, ଜ୍ଞାନ ଓ ତତ୍ତ୍ୱର ବାହକ ।


ବ୍ରାହ୍ମଣ, ଜୀବନଶୈଳି ତ ସରଳ

      ବ୍ରାହ୍ମଣ, ତ୍ୟାଗ ଓ ଭକ୍ତିରେ ବିରଳ।


ବ୍ରାହ୍ମଣର ଯେବେ ହୁଏ ଅପମାନ

     ବ୍ରହ୍ମହତ୍ୟା ପାପ ସହ ଏ ସମାନ।


ବ୍ରାହ୍ମଣ କୁଳରେ ହୋଇନି ଯେ ଜାତ

    ସେ କାହୁଁ ବୁଝିବ ବ୍ରାହ୍ମଣ ମହତ ।

   


Rate this content
Log in

Similar oriya poem from Abstract