STORYMIRROR

Preeti padma Dash

Children Stories Tragedy

3  

Preeti padma Dash

Children Stories Tragedy

ନୂଆ ନୂଆ ଲାଗେ

ନୂଆ ନୂଆ ଲାଗେ

1 min
435

ବଦଳିବ ସିନା କ୍ୟାଲେଣ୍ଡର ପୃଷ୍ଠା

    ବଦଳିବ ସିନା ବାର,

ବଦଳି ଯିବକି ବଞ୍ଚିବାର ରାହା

    ଚଲା ପଥ ଜୀବନର।।

               ପୁରୁଣା ରହିବ ପରିଚୟ ପୁଣି

                  ପୁରୁଣା ସେଇ ଠିକଣା,

               ନୂଆ ମଲାଟର ଆଡୁଆଳେ 

                  ବହି ଫରଦ ଥିବ ପୁରୁଣା।।

ପୁରୁଣା ସୁବାସ କୁସୁମରେ ଭରା

  ପୁରୁଣା ମଧୁପ ଗୀତି,

ନୂଆ ସକାଳର ଘାସ ଗାଲିଚାରେ

  ପୁରୁଣା କାକର ମୋତି।।

               ନୂଆ ନୂଆ ସିନା ସୂରୁଜ କିରଣ

                ପୁରୁଣା ଧରିତ୍ରୀ ଅଙ୍କ,

               ନୂଆ ଆଶା ନୂଆ ସପନର ଛବି

                ପୁରୁଣା ବ୍ୟାଧି ଆତଙ୍କ।।

ବଦଳି ଯିବକି ମହାମାରୀ ଭିତି

  ଆସିବ ନୂଆ ସକାଳ,

ନୂଆ ବରଷରେ ନୂଆ ଆଶା ନେଇ

  ରହିଛି ବିଶ୍ୱ ସକଳ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍