STORYMIRROR

Preeti padma Dash

Children

3  

Preeti padma Dash

Children

ଓଁ ଶ୍ରୀ ଗଣେଶାୟ ନମଃ

ଓଁ ଶ୍ରୀ ଗଣେଶାୟ ନମଃ

2 mins
522

ନମୋ ଗଣେଶ ବିଘ୍ନେଷ ଗିରିଜା ନନ୍ଦନ ପ୍ରଭୋ

ମମ ବିଘ୍ନ ନିହନ୍ତ୍ୟଷୁ ସର୍ବସିଦ୍ଧି ପ୍ରଦୋଭବ।


ନମୋ ନମୋ ବିନାୟକ ଗଉରିଙ୍କ ସୁତ

ପ୍ରଥମରେ ଆପଣଙ୍କୁ କରେ ପ୍ରଣିପାତ।।


ନମୋ ନମୋ ବିନାୟକ ଅତ୍ୟନ୍ତ ସୁନ୍ଦର

ନମୋ ନମୋ ବିନାୟକ ବିଦ୍ୟାର ସାଗର।।


ନମୋ ନମୋ ଗଣନାଥ ଅଜୋନିସମ୍ଭୂତ 

ନମୋ ନମୋ ବକ୍ରତୁଣ୍ଡ ଅନର୍ଥର ନାଥ।।


ନମୋ ନମୋ ବିଦ୍ୟାଦାତା ଅଗ୍ରେ ପୂଜା ତୋର

ନମୋ ନମୋ ଗଣପତି ପ୍ରଭୁ ଗଣେଶ୍ୱର।।


ବନ୍ଦଇ ଶ୍ରୀ ଗଣପତି ପାର୍ବତୀ ନନ୍ଦନ

ବନ୍ଦଇ ଶ୍ରୀ ଗଣପତି ମୂଶିକ ବାହନ।।


ବନ୍ଦଇ ଶ୍ରୀ ଗଣପତି ପୃଥୁଳ ଉଦର

ବନ୍ଦଇ ଶ୍ରୀ ଗଣପତି ଅତୀବ ସୁନ୍ଦର।।


ବନ୍ଦଇ ଶ୍ରୀ ଗଣନାଥ ଗିରିଜା ନନ୍ଦନ

ବନ୍ଦଇ ଶ୍ରୀ ଗଣନାଥ ମୁହିଁ ଜ୍ଞାନହୀନ।।


ସର୍ବ ଦେବାଦେବୀ ସ୍ତୁତି ଲେଖିବି ପଦ୍ୟରେ 

ସଭିଙ୍କର ଗୁଣାବଳି ରହିବ ତହିଁରେ।।


ଜୟ ଜୟ ଗଣେଶ୍ୱର ଧରୁଛି ଲିଖନ

ନାମକୁ ସାକ୍ଷି ମୁଁ ପଦ କରିବି ପୂରଣ।।


ତୁମ୍ଭର କୃପାରୁ ପଙ୍ଗୁ ଲଙ୍ଘଇ ପର୍ବତ

କୃପାକର ପୁସ୍ତକକୁ କରେ ସମାପତ।।


ତବ ପାଦେ କରଯୋଡି ଜଣାଉଛି ମୁଁହି

ନ ଆସିବା ପଦ ମାନ ଦେବ ମତେ କହି।।


ଶ୍ରୀ ବିଘ୍ନରାଜ ନାମ ହୃଦୟରେ ଭାବି

ଯାହା ଦୃଶ୍ୟ ହେବ ମୋତେ ଲେଖିଣ ମୁଁ ଯିବି।।


ମୋର ମନବାଞ୍ଛା ଗଣନାଥ ପୂର୍ଣ୍ଣ ଯେ କରାଅ

କଣ୍ଠେ ବସି ପଦମାନ ମୋତେ କହିଦିଅ।।


ଉପହାସ ମୋତେ ଯେହ୍ନେ ନ କରନ୍ତି ଜନ

ଆରମ୍ଭ କରୁଛି ପ୍ରଭୁ ସର୍ବ ସ୍ତୁତିମାନ।।


ନମୋ ନମୋ ଗଣନାଥ ତୁମ ପଦ ଧାୟି 

ସର୍ବ ଦେବାଦେବି ସ୍ତୁତି ପ୍ରଜ୍ଞା ଯେ ଲେଖଇ।।


ସର୍ବ ବିଘ୍ନ ବିନାଶାୟ ସର୍ବମଙ୍ଗଳ ହେ ତବେ

ପାର୍ବତୀ ପ୍ରିୟ ପୁତ୍ରାୟ ଗଣେଶାୟ ନମୋ ନମଃ

ନମୋ ଗଣେଶ ବିଘ୍ନେଷ ଗିରିଜା ନନ୍ଦନ ପ୍ରଭୋ

ମମ ବିଘ୍ନ ନିହନ୍ତ୍ୟଷୁ ସର୍ବସିଦ୍ଧି ପ୍ରଦୋଭବ।


ନମୋ ନମୋ ବିନାୟକ ଗଉରିଙ୍କ ସୁତ

ପ୍ରଥମରେ ଆପଣଙ୍କୁ କରେ ପ୍ରଣିପାତ।।


ନମୋ ନମୋ ବିନାୟକ ଅତ୍ୟନ୍ତ ସୁନ୍ଦର

ନମୋ ନମୋ ବିନାୟକ ବିଦ୍ୟାର ସାଗର।।


ନମୋ ନମୋ ଗଣନାଥ ଅଜୋନିସମ୍ଭୂତ 

ନମୋ ନମୋ ବକ୍ରତୁଣ୍ଡ ଅନଥର ନାଥ।।


ନମୋ ନମୋ ବିଦ୍ୟାଦାତା ଅଗ୍ରେ ପୂଜା ତୋର

ନମୋ ନମୋ ଗଣପତି ପ୍ରଭୁ ଗଣେଶ୍ୱର।।


ବନ୍ଦଇ ଶ୍ରୀ ଗଣପତି ପାର୍ବତୀ ନନ୍ଦନ

ବନ୍ଦଇ ଶ୍ରୀ ଗଣପତି ମୂଶିକ ବାହାନ।।


ବନ୍ଦଇ ଶ୍ରୀ ଗଣପତି ପୃଥୁଳ ଉଦର

ବନ୍ଦଇ ଶ୍ରୀ ଗଣପତି ଅତୀବ ସୁନ୍ଦର।।


ବନ୍ଦଇ ଶ୍ରୀ ଗଣନାଥ ଗିରିଜା ନନ୍ଦନ

ବନ୍ଦଇ ଶ୍ରୀ ଗଣନାଥ ମୁଁହି ଜ୍ଞାନହୀନ।।


ସର୍ବ ଦେବାଦେବୀ ସ୍ତୁତି ଲେଖିବି ପଦ୍ୟରେ 

ସଭିଙ୍କର ଗୁଣାବଳି ରହିବ ତହିଁରେ।।


ଜୟ ଜୟ ଗଣେଶ୍ୱର ଧରୁଛି ଲିଖନ

ନାମକୁ ସାକ୍ଷି ମୁଁ ପଦ କରିବି ପୂରଣ।।


ତୁମ୍ଭର କୃପାରୁ ପଙ୍ଗୁ ଲଙ୍ଘଇ ପର୍ବତ

କୃପାକର ପୁସ୍ତକକୁ କରେ ସମାପତ।।


ତବ ପାଦେ କରଯୋଡି ଜଣାଉଛି ମୁଁହି

ନ ଆସିବା ପଦ ମାନ ଦେବ ମତେ କହି।।


ଶ୍ରୀ ବିଘ୍ନରାଜ ନାମ ହୃଦୟରେ ଭାବି

ଯାହା ଦୃଶ୍ୟ ହେବ ମୋତେ ଲେଖିଣ ମୁଁ ଯିବି।।


ମୋର ମନବାଞ୍ଛା ଗଣନାଥ ପୂର୍ଣ୍ଣ ଯେ କରାଅ

କଣ୍ଠେ ବସି ପଦମାନ ମୋତେ କହିଦିଅ।।


ଉପହାସ ମୋତେ ଯେହ୍ନେ ନ କରନ୍ତି ଜନ

ଆରମ୍ଭ କରୁଛି ପ୍ରଭୁ ସର୍ବ ସ୍ତୁତିମାନ।।


ନମୋ ନମୋ ଗଣନାଥ ତୁମ ପଦ ଧାୟି 

ସର୍ବ ଦେବାଦେବି ସ୍ତୁତି ପ୍ରଜ୍ଞା ଯେ ଲେଖଇ।।


ସର୍ବ ବିଘ୍ନ ବିନାଶାୟ ସର୍ବମଙ୍ଗଳ ହେ ତବେ

ପାର୍ବତୀ ପ୍ରିୟ ପୁତ୍ରାୟ ଗଣେଶାୟ ନମୋ ନମଃ।।



Rate this content
Log in

Similar oriya poem from Children