STORYMIRROR

Preeti padma Dash

Abstract Children Stories Tragedy

3  

Preeti padma Dash

Abstract Children Stories Tragedy

ଦୁର୍ଗତି ନାଶିନୀ

ଦୁର୍ଗତି ନାଶିନୀ

1 min
442

ଦୁର୍ଗତି ନାଶିନୀ କରୁଣା ଦାୟିନି,

ମା ଦୁର୍ଗା ତୁମେ ଦୁଃଖ ବିନାଶୀନି,

ଯେବେ ଯେବେ ଭକ୍ତ ପଡେ ବିପଦରେ,

ଶାହା ହୁଅ ତୁମେ ମାତା ସବୁବେଳେ।

ସଂସାର ତୁମକୁ କେବେ ଭୁଲିବନି

ଦୁର୍ଗତି ନାଶିନୀ କରୁଣା ଦାୟିନି।

ଦୃଷ୍ଟି ଦିଅ ଟିକେ ମା ପାପର ମନରେ,

ଧୋଇଦେ ସେ ପାପକୁ ସତ୍ୟ ଅଗ୍ନିରେ,

ମାତା ଆଣିଦିଅ ଦେଶରେ ପ୍ରଗତି,

ତୁମ ବିନା ମାତା ନାହିଁ ଅନ୍ୟଗତି।

ଆଶିଷ ଦିଅ ମାତା କୋପ କରନି,

ଦୁର୍ଗତି ନାଶିନୀ କରୁଣା ଦାୟିନି।

ସବୁ ମଣ୍ଡପ ହୁଏ କେତେ ସଜା,

ହେବାପାଇଁ ମାତା ତୁମରି ପୂଜା,

ତୁମ ପୂଜା ପାଇଁ ମନରେ ଯେ ଖୁସି,

ମାତା ତୁମେ ଶକ୍ତିଶାଳୀ ଅବିନାଶୀ।

ପୁଜେ ଆକାଶ ପୁଜୁଛି ଧରଣୀ,

ଦୁର୍ଗତି ନାଶିନୀ କରୁଣା ଦାୟିନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract