STORYMIRROR

Arjuni charan Behera

Children

3  

Arjuni charan Behera

Children

ବାଜି ରାଉତ

ବାଜି ରାଉତ

1 min
332

ଵର୍ଷା ଭିଜା କାଳରାତ୍ରୀ ଗରଜୁଛି 

ଫୁଲି ଉଠିଅଛି ବ୍ରାହ୍ମଣୀ ପାଣି l 

ଉଛୁଳା ବ୍ରାହ୍ମଣୀ ଘାଟ ଜଗି ଅଛି 

ବାଜିଆ ବାଳକ ବୀର ଅଗ୍ରଣୀ ll


ସିଂହର ବଳ ବୁକୁରେ ଭରା ତା

ଟକମକ ହୋଇ ଫୁଟେ ରକତ l

ଏ ଜାତି କୋଣାର୍କ ଧର୍ମପଦ ସେ, 

ବାର ବର୍ଷ ବାଜି ମାତୃ ଭକତ ll


ଉତ୍କଳ ମାତାର ଅଲିଅଳ ଧନ,

ନରମ ହାତେ ତା କଠୋର କାତ l

କର୍ମ ସାଧନେ କୁରୁକ୍ଷେତ୍ରେ ଆଜି,

ଅଭିମନ୍ୟୁ ସାଜି ମେଲିଛି କାତ ll


ଗୋରା ଶାସକର ଘୃଣ୍ୟ ଚକ୍ରାନ୍ତେ 

ପ୍ରତାରିତ ଆଜି ଭାରତ ମାତ l

ସଂଗ୍ରାମ କରିଛି ଜୀବନର ପଣ 

ହୋଇଯାଉ ପଛେ ମହାଭାରତ ll


ଫିରୀଙ୍ଗୀ ଫଉଜ ଗରଜି ଉଠିଲା 

ପାରକର ନଦୀ ଆରେ ତୁରନ୍ତ l

ସେ କି ଜାଣିଥିଲା ତୁଠରେ ପ୍ରହରୀ,

କଳିଙ୍ଗର ବୀର ବାଜି ରାଉତ ll


ବାଜିଆ ବୋଇଲା ପାରି କରିବିନି 

ତୁମେ ଗୁଡ଼ା ଅଟ ନିର୍ଧୁମ ଖଣ୍ଟ l

ଉତ୍କଳ ମାତାର ସ୍ତନ ମୁଁ ପିଇଛି ତା'

ସେବା ମୋହର ଜୀବନ ବ୍ରତ ll


ଗୁଡ଼ୁମ ଗୁଡ଼ୁମ କମାଣ ଗର୍ଜିଲା ,

ରକତେ ରଞ୍ଜିତ ବ୍ରାହ୍ମଣୀ ସ୍ରୋତ l

ରକତେ ଲେଖିଲା ଜୀବନର ଗାଥା

ବୀର ବାଳକ ସେ ବାଜି ରାଉତ ll


ଗଲାଣି ସେ କାଳୁ କେତେ ପାଣି ବହି 

ଅବିରତେ ବହେ ବ୍ରାହ୍ମଣୀ ସ୍ରୋତ l

ଇତିହାସ ଅଙ୍କେ ଅଙ୍କିତ ତା' ନାଆଁ 

କନିଷ୍ଠ ସଂଗ୍ରାମୀ ବାଜି ରାଉତ ll



Rate this content
Log in

Similar oriya poem from Children