STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପ୍ରଭୁ ଶ୍ରୀରାମଙ୍କ ଦୁର୍ଗା ସ୍ତୁତି 

ପ୍ରଭୁ ଶ୍ରୀରାମଙ୍କ ଦୁର୍ଗା ସ୍ତୁତି 

2 mins
6

    ପ୍ରଭୁ ଶ୍ରୀରାମଙ୍କ ଦୁର୍ଗା ସ୍ତୁତି 

     ==============

ଜୟ ଜୟ ଜୟ ମାଆ ଦୁର୍ଗତିନାଶିନୀ l

ଦୁର୍ଗତିକାଳରେ ରାମ କରୁଛି ଦୟିନୀ ll 

ପିତା ମମ ଦଶରଥ ଅଯୋଧ୍ୟା ରାଜନ l

ପିତୃସତ୍ୟ ପାଳି ବାସକଲି ଆସି ବନ ll 

ହାପୁତ୍ର ହାପୁତ୍ର ପିତା ଗଲେ ସ୍ୱର୍ଗବାସ l 

ତିନି ଜନନୀଙ୍କ ଦୁଃଖ କହିବି ମୁଁ କିସ ll 

ଦୁର୍ଗମଅରଣ୍ୟେ ବୁଲୁ ଫଳ ମୂଳ ଖାଇ l 

ପତ୍ନୀ ଜାନକୀ ସହିତ ଲଇକ୍ଷଣ ଭାଇ ll 

ଗୋଦାବରୀତଟ ମାତ ବନ ପଞ୍ଚବଟୀ l

ବାସକଲୁ ତହିଁ ଆମ୍ଭେ କରି ପର୍ଣ୍ଣକୁଟୀ ll 

ଏଠାରେ ପଡ଼ିଲା ଆସି ଏ ମହାବିପତ୍ତି l

ପତ୍ନୀ ମମ ହରିନେଲା ଦୁଷ୍ଟ ଲଙ୍କପତି ll 

ଜନକ ନନ୍ଦିନୀ ସୀତା ଅତି ସୁକୁମାରୀ l 

ରାକ୍ଷସୀମେଳରେ ରଖିଅଛି ବନ୍ଦିକରି ll

ଜଟାୟୁ ସମ୍ବାଦ ପାଇ ଏହା ମୁହିଁ ଜାଣି l 

ଅସହାୟ ମାଆ ମୁହିଁ କରଇ ଦୟିନୀ ll 

କିଷ୍କିନ୍ଧ୍ୟାରେ ସୁଗ୍ରୀବଙ୍କୁକଲି ମୁହିଁ ବନ୍ଧୁ l 

ହନୁ କଲେକସନ୍ଧାନ ଲଂଘି ମହାସିନ୍ଧୁ ll 

ସମୁଦ୍ରବକ୍ଷରେ ମାତ ବାନ୍ଧି ସେତୁବନ୍ଧ l 

ଲଙ୍କାଆସିଛି ରାବଣେ କରିବଇଁ ଯୁଦ୍ଧ ll 

କି ଯୁଦ୍ଧ କରିବି ମାତ ବୁଦ୍ଧି ଦିଶୁ ନାହିଁ l 

ରାବଣ ତୁମ୍ଭଆଶ୍ରିତ ଯହୁଁ ମହାମାୟୀ ll 

ତ୍ରିପୁର ବିଜୟୀ ମହା ବୀର ଦଶାନନ l 

କପି ବଳ ଧରି ମାଆ କି କରିବି ରଣ ll 

ଚଣ୍ଡିକା ଅମ୍ବିକାଉମା ଗଉରୀ ଶଙ୍କରୀ l 

କିଞ୍ଚିତେ କରୁଣାକର ମାତ ବିଶ୍ଵମ୍ଭରୀ ll 

ଦୟାକର ଦୟାମୟୀ ହୁଅ ମା ପ୍ରସନ୍ନ l 

ପ୍ରଣାମକରଇ ରାମ ସୂତ ତୋ ଅଧମ ll 

ସ୍ତୁତିଶୁଣି ମହାମାୟା ସୁପ୍ରସନ୍ନହେଲେ l 

ଯୁଦ୍ଧ କର ଯୁଦ୍ଧକର ରାମଙ୍କୁ କହିଲେ ll 

ସହାୟ ହୋଇବି ମୁହିଁ ନିଅ ବରାଭୟ l 

ଧର୍ମ ସଂସ୍ଥାପନେ କର ଅଧର୍ମର କ୍ଷୟ ll 

ଏହାକହି ଅନ୍ତର୍ହିତହେଲେ ମହାମାୟୀ l 

ଲଙ୍କପତିବଧି ରାମହେଲେ ଯୁଦ୍ଧଜୟୀ ll

ପାଳିତ ହୁଏ ଏ ପର୍ବ ନାମେ ଦଶହରା l 

ଜୟ ମା ବିଜୟା ଦଶଭୂଜା ବିଶ୍ଵମ୍ଭରା ll 

                🙏🙏🙏

                    ଅର୍ଜ୍ଜୁନୀ 

           -----------------

ଅର୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୧୯୭୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational