STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଅର୍ଜୁନଙ୍କ ଦୁର୍ଗା ସ୍ତୁତି 

ଅର୍ଜୁନଙ୍କ ଦୁର୍ଗା ସ୍ତୁତି 

1 min
2

         ଅର୍ଜୁନଙ୍କ ଦୁର୍ଗା ସ୍ତୁତି 

          ===========

ନମସ୍ତେ ସିଦ୍ଧ ସେନାନୀ ମନ୍ଦରବାସିନୀ l

ନମସ୍ତେ କୃଷ୍ଣପିଙ୍ଗଳେ କାଳିକପାଳିନୀ ll

ନମୋନମ ମହାକାଳି ଭଦ୍ରକାଳି ନମଃ l

ସ୍ମରଣରେ କଟି ଯାଏ, ଜୀବଙ୍କର ଭ୍ରମ ll

ଚଣ୍ଡୀ ଚଣ୍ଡେ ନମସ୍ତୁଭ୍ୟ ସଙ୍କଟତାରିଣୀ l

ପ୍ରଚଣ୍ଡେ ଚାମୁଣ୍ଡେ ଚଣ୍ଡମୁଣ୍ଡ ବିଧ୍ଵଂସିନୀ ll

କତ୍ୟାୟନୀ ମହାମାୟୀ କରାଳବଦନୀ l

ଖଡ୍ଗ ଖେଟକ ଧାରିଣୀ ମହିଷା ମର୍ଦ୍ଦିନୀ ll

ନନ୍ଦଗୋପକୂଳେ ଜାତ ତୁହି କୃଷ୍ଣାଗ୍ରଜା l

ରଣରଙ୍କେ,କଉଶିକି, ନମସ୍ତେ ଗିରିଜା ll

ଧୁମ୍ରଆକ୍ଷୀ,ଧୂମା, ଧୁମ୍ରଲୋଚନ ନାସିନୀ l

ହିରଣ୍ୟାକ୍ଷି ଵିରୂପାକ୍ଷି ନମଃ ତ୍ରିନୟନୀ ll

ବ୍ରହ୍ମବିଦ୍ୟା ସିଦ୍ଧବିଦ୍ୟା ମହାବିଦ୍ୟା ତୁହି l

ବ୍ରହ୍ମ ସନାତନୀ ମାତ ପଦେ ମୁଁ ନମଇଁ ll

ନମସ୍ତେ ଅପରାଜିତା ଜୟା ମା ବିଜୟା l

ନମୋ ନମ ଦୟାମୟୀ ରଖିଥିବୁଦୟା ll

ଲୋକରେ କଥିତମୁହିଁ ମହାବୀର ପାର୍ଥ l 

କୃପାବିନା ମାଆ ତୋର ମୁହିଁ ଅସମର୍ଥ ll 

ନମଃନମଃ ଜୟଦୁର୍ଗା କାନ୍ତାରବାସିନୀ l

ଜୟଦିଅ ଏ ଦୁସ୍ତର ଯୁଦ୍ଧେ ନାରାୟଣୀ ll

                🙏🙏🙏

                    ଅର୍ଜ୍ଜୁନୀ 

           -----------------

ଅର୍ଜୁନୀ ଚରଣ ବେହେରା

ମୋ -୭୬୯୩୦୯୧୯୭୧


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational