ମାଆ
ମାଆ
1 min
404
କେତେ କଷ୍ଟ ସହି ଜନମ ଦେଇଚୁ
ଦେଖାଇଛୁ ଏ ଦୁନିଆ,
ତୋ ସନ୍ତାନ ବୋଲି ପରିଚୟ ଦେଇ
ସଂସାରେ କରିଛୁ ଠିଆ |
ବର୍ଷବର୍ଷ ଯିବ ଯୁଗ ବି ବିତିବ
କରି ତୋ ସେବା ଚରଣ,
ଯୋଗ୍ୟ ହେବି ନାହିଁ ଶୁଝିବାକୁ ତୋର
ମୋ ଉପରେ ଥିବା ଋଣ |
ଦେ ମାଆ ଆଶିଷ ଥାଉ ମୋ ବିଶ୍ୱାସ
ଚିରଦିନ ତୋ ପାଦରେ,
ମାଆ ନାମ ଧରି ତୁଣ୍ଡେ ଶେଷ ବେଳେ
ଯାଉ ପ୍ରାଣ ସ୍ୱର୍ଗ ପୁରେ |
ସରଗର ଶଶୀ ଲୋଡ଼ା ନାହିଁ ମୋର
ଆଶା ନାହିଁ ପାରିଜାତ,
ଶିରେ ମୋର ରହୁ ତୋ ପଣତ ଛାଇ
ଏତିକି ପାତୁଛି ହାତ |
କି ଅବା ମାଗିବି ତତେ ଆଉ ମାଆ
ଦେଇଛୁ ବଡ ସମ୍ପଦ,
ଜୀବନ ରୂପକ ଉପହାର ଦେଇ
କରିଛୁ ମତେ ତୁ ଧନ୍ୟ,
କରିଛୁ ମତେ ତୁ ଧନ୍ୟ ||
