ବରଷା ସହ ମୁଁ
ବରଷା ସହ ମୁଁ
1 min
345
ବରଷାରେ ଭିଜିବାକୁ
ଭାରିମଜା ଲାଗେନା
ଦେହସିନା ଭିଜିଯାଏ
ମନ କେବେ ଭିଜେନା,
ବରଷାରେ ଭିଜୁଛି
ଏଇ ଦେହ ସିନା
ହେଲେ ମନକୁ ଭିଜାଇବାକୁ ହୋଇଛି ମନା ।
ଯେତେ ଭିଜିଲେ ବି
ଏଇ ମନ ମାନେନା
ଦେଖେଇ ପାରେନାହିଁ
ଅନ୍ତରର ବେଦନା
ବରଷାରେ ଭିଜୁ ଭିଜୁ
ଲୁହ ସବୁ ବୋହିଯାଏ
ବରଷାକୁ ଦେଖିହୁଏ ଲୁହ ଦେଖି ହୁଏନା ।
ଛାତିତଳେ ଚାପିରହେ
ମନର ଯାତନା
ସେଥିପାଇଁ ବୋଧେ
ବରଷାରେ ଭିଜିବାକୁ ମନା
ବରଷାରେ ଭିଜିଯାଆନ୍ତା କି ଏଇ ମୋର ମନ
ବରଷାରେ ହଜିଯାଆନ୍ତା କି ଏଇ ମୋର ମନ ।