ଜୀବନର ରାସ୍ତା
ଜୀବନର ରାସ୍ତା

1 min

356
ଜୀବନଟା ଏକ ରାସ୍ତା ହେଲେ
ଆମେ ସବୁ ବାଟୋଇ
ରାସ୍ତାର ଆରମ୍ଭ ଏନ୍ତୁଡି ଶାଳରୁ ହେଲେ
ଶେଷ ହୁଏ ମୃତ୍ୟୁ ହୋଇ ।
କେତେ ଘଟଣା ସ୍ମୃତି ହୁଏ
କେତେ ପୁଣି ବିସ୍ମୃତି ହୁଏ ସ୍ମୃତି ଓ ବିସ୍ମୃତି ସବୁ
ସାଇତି ହୋଇଯାଏ ମନର ଶାମୁକା ଭିତରେ ।
କେତେ ଚିହ୍ନା ମୂହଁ ଅଚିହ୍ନା ହୁଏ କେତେ
ମୁହଁ ପୁଣି ମନେ ରହିଯାଏ ।
ତଥାପି ଚାଲିଛି ଚାଲିଥିବ ଏ ଜୀବନ ବାଟରେ
ମାଟି ଗୋଡି ସବୁ ଚାପି ହୋଇଯିବ
ଏଇ ମଣିଷ ପାଦରେ ।