ମୋ ବିଦ୍ୟାଳୟ
ମୋ ବିଦ୍ୟାଳୟ

1 min

368
କେତେ ଆପଣାର ବିଦ୍ୟାଳୟ ମୋର
ଅଟେ ଜ୍ଞାନର ମନ୍ଦିର,
ତାହାର ପରଶେ ଗଢିଛି ଜୀବନ
ଦେଇଛି ସେ ପରିଚୟ |
କେତେ ମୁଁ ସମୟ ବିତାଇ ଦେଇଛି
ସାଙ୍ଗସାଥୀଙ୍କର ମେଳେ,
କେତେ ମୁଁ ଅଝଟ ହୋଇଛି କେଜାଣି
ଗୁରୁଜୀ ଗୁରୁମାଆ କୋଳେ |
କହନ୍ତି ସେ କେତେ ଅମୃତର ବାଣୀ
ମୋତେ ସୁଧାରିବା ପାଇଁ,
ଢାଳିଛନ୍ତି କେତେ ଯେ ଜ୍ଞାନର ପ୍ରଦୀପ
ଜୀବନେ ଚାଲିବା ପାଇଁ |