ମୋ...ଓଡିଶା...
ମୋ...ଓଡିଶା...

1 min

358
କେତେ ମହାନ ଏ ମୋ ପ୍ରଦେଶ
ଉତ୍କଳ ନାମେ ଜାଣେ ସାରାଜଗତ |
ସମୃଦ୍ଧ ସଂସ୍କୃତି ସୁଶୀଳ ଭାଷା
ନିଆରା ପରମ୍ପରା ଲେଖେ ଚିରଗାଥା |
କୋଣାର୍କ ଅଟଇ ତାର କୀର୍ତ୍ତିର ବେଳା
ଚନ୍ଦ୍ରଭାଗା ମୁହାଣେ ହୋଇଛି ତୋଳା |
ଚାରିଧାମରୁ ଜଗନ୍ନାଥ ଧାମ
ଓଡ଼ିଶାର ପୁରୀରେ ବିରାଜମାନ |
ଭୁବନେଶ୍ୱର ଅଟେ ମନ୍ଦିରମାଳିନୀ
ବିଶ୍ଵାଦରବାରେ ସୌନ୍ଦର୍ଯ୍ୟ ଭୂଷିଣୀ |
ହିନ୍ଦୁ ମୁସଲିମ ପ୍ରବାହିତ ଏକ ସ୍ରୋତେ
ଭାତୃତ୍ୱର ଭାବ ଏଠି ଫୁଟି ମହକେ |
ବରଷକୁ ଭେଳି ଭେଳି ପର୍ବର ଆସର
ତ ସାଥୀକୁ କେତେ ଓଷା ବାର |