ବର୍ଷା
ବର୍ଷା

1 min

403
ଅଭିମାନୀ ବର୍ଷା ଆଜି
ଅଭିମାନ କରି,
ଫେରିଛି ଅଦିନେ ମୌସୁମୀ
ଠିକଣା ଧରି |
ଚାଷ ବାସ ବେଳେ ତୁ
କାହିଁ ହଜିଗଲୁ,
ପାର୍ବଣ ଋତୁରେ ଆସି
କାହିଁ ଉଭା ହେଲୁ |
ଋତୁ ଏତ ହେମନ୍ତର
ନିର୍ମଳ ଆକାଶ,
ତୋ ପାଇଁ ପରିଚୟ
ହୁଏ ତାର ନାଶ |
କାହିଁକି ତୋ ଅଭିଯାନ
କାହିଁକି ତୋ ଈର୍ଷା,
ଲୋଡ଼ା ନାହିଁ ତୋ ପରିକା
ଅଦିନିଆ ବର୍ଷା |