ପଖାଳ
ପଖାଳ

1 min

426
ଓଡ଼ିଆରେ ଆମେ ଓଡ଼ିଆ
ଓଡ଼ିଆ ଆମେ ଭାରି ବଢିଆ |
ସୁନ୍ଦର ରାଇଜ ଏ ସୁନ୍ଦର ବନ
ଆହାଃ କେତେ ଯେ ସୁନ୍ଦର ମୋ ପାଣି ପବନ |
ପ୍ରତ୍ୟେକ ଓଡ଼ିଆର ପ୍ରାଣ ପଖାଳ ପାଣି
ତା ସାଙ୍ଗକୁ ଶାଗ ଖରଡ଼ା ଆଉ ବାସି ତୋରାଣି |
ତୁମେ ହୁଅ ଅଫିସର କି ହୁଅ ପ୍ରଫେସର
ଭୁଲିବ ନାହିଁ ଗାଥା ଏ ମାଟି ମାଆର |
ତୁମେ NRO ହୁଅ କି ହୁଅ NRI
ପଖାଳ କଂସାକୁ କେବେ ଭୁଲିବ ନାହିଁ |
ପିଜା ବର୍ଗର କୋଉ ବାଗକୁ ନୁହଁ
ଖାଇଲେ ପଖାଳ ସତେଜ ରହିବ ଦେହ |
ଓଡ଼ିଆରେ ଆମେ ଓଡ଼ିଆ
ଓଡ଼ିଆ ଆମେ ଭାରି ବଢିଆ |