STORYMIRROR

smrutirekha das

Children Stories

3  

smrutirekha das

Children Stories

ସମୟ

ସମୟ

1 min
301


ଟିକ୍ ଟିକ୍ ଘଣ୍ଟା। ଟଲେ ତାଳରେ ତାଳ ମିଳେଇ 

ନିରୁତ୍ତର ଏ ସମୟର ବେଗ ପଛକୁ ଲେଉଟେ ନାହିଁ ॥


ବିତିଗଲା କାଳ ହୁଏ ଇତିହାସ ସମୟର ହୃଦୟରେ 

ଜନ୍ମ ପରି ଏଠି ସ୍ମୃତି ରହିଯାଏ ସମୟର ଆକାଶରେ ॥


କେବେ ଆସେ ଝଡ଼ କେବେ ଭୂମିକମ୍ପ ଏଇ ସମୟର କୋଳେ 

ଆଶା ଅସୁମାରି ହଜିଯାଏ ସବୁ ସମୟର ଅନ୍ତରାଳେ ॥


ହାତେ ମାପି ଯିଏ ଚାଖଣ୍ଡେ ଚାଲଇ ସେ ଗଢ଼େ ଭବିଷ୍ୟତ 

ସମୟର କଲେ ସଦୁପଯୋଗ ସ୍ଵପ୍ନ ବି ହୁଏ ସତ ॥



Rate this content
Log in