STORYMIRROR

Amita Dash

Abstract Inspirational Children

3  

Amita Dash

Abstract Inspirational Children

ଉଚ୍ଚାଭିଳାଷ

ଉଚ୍ଚାଭିଳାଷ

1 min
368

ଝିଅ ଜନମ ପର ଘରକୁ

ଠିଆ ପାଲା କରିବ କୋଉ ଗୁଣକୁ

ମାଠିଆ ତଳେ ପଡି ଭାଙ୍ଗିଲେ ଖପରା

ପୁଅ ଙ୍କ ସହ ଅଣ୍ଟା ଭିଡୁଚି ଶିଖିବ ସାଇକଲ ଚଲା

ଏ ଆଧୁନିକ ଯୁଗ ରହିଲେ ହେଲା

ଝୁଣ୍ଟି ପଡ଼ିଲେ ଶୁଣ ଏଇ ଉଲୁଗୁଣା

ପିଲାରୁ ଏସବୁ ଶୁଣି ଶୁଣି ଦେହସୁହା ହୋଇଚି

ଝିଅ ତ ନୁହେଁ ସାକ୍ଷାତ ଗୋଟେ ଅଣ୍ଡିରୀ ଚଣ୍ଡୀ

ବାପା,ଜେଜେ ବସିଛନ୍ତି,ଚାଲିବ କି 

ଟିକେ ତଳକୁ ମୁହଁ କରି

କାଲି ଶୁଣୁ ଥିଲି, ଆଜି ବି ଶୁଣୁଚି

ସ୍ତ୍ରୀ ଲୋକଟା ର ଷ୍ଟାଇଲ ଭାରୀ

ହଁ ମାନୁଛି ମୁଁ ଆଧୁନିକା କିନ୍ତୁ ଅତ୍ୟାଧୁନିକ ବିଲକୁଲ ନୁହେଁ

ନୁହେଁ ବି ସ୍ବେଚ୍ଛାଚାରୀ

ଉଚ୍ଚ ଆକାଂକ୍ଷା ର ଅଭିଳାଷ ନେଇ ଆଗେଇ ଚାଲିଛି

ନିଜର ସ୍ବାଧୀନ ମତ ରଖି ଗାଳି ଖାଉଛି

ସହିବାକୁ ପଡୁଛି ବହୁ ଝଡଝଞ୍ଜା

କଥାରେ କଥାରେ ତର୍କ ବିତର୍କ ଏବଂ କାଠଗଡା ରେ ଠିଆ

ଯେତେ ବୁଝାଇଲେ ଆଧୁନିକ ହେବା ନୁହେଁ ଉଗ୍ରତା

ସତରେ ଆଜି ବି ସମାଜେ ରହିଛି ବହୁ କୁ ପ୍ରଥା

ଓଡ଼ିଆ ଘର ର ବୋହୁ ହୋଇ କରି ପୋଷାକ ପିନ୍ଧିବ

ବାବୁରି ବାଳ କୁ ଓଠ ରେ ନାଲି ଲିପି ଷ୍ଟିକ୍ ମାଖିବ

ଅଇଁଠା ଯାଗା ଗୋବର କନା ରେ ନ ପୋଛିବ

ହାଇହିଲ୍ ପିନ୍ଧି,ଭାନିଟି ପକେଇ ଚାକିରି କୁ ଯିବ

ଏ ସବୁ ସମସ୍ୟା ର ସାମ୍ନା କରି କରି ଲାଗେ ହେଇଯିବି କି ଆଉ ପାଗଳା

ଏସବୁ କରିବାରେ ଅସୁବିଧା କ'ଣ

ଆଜିଯାଏ ବୁଝେଇ ପାରିନି ଆଧୁନିକତା ର ସଂଜ୍ଞା

ପାଠ ପଢା ର, ଚାକିରି କରିବାର

କେତେ ଯେ ସୁବିଧା

ଗୋଟିଏ ଶିକ୍ଷିତା ନାରୀ କୋଟିଏ ଶିକ୍ଷିତ ସୃଷ୍ଟିକାରୀ

ରୋଷେଇ କରିବାଠୁ ଦେଶ ଶାସନ ଯାଏ ସବୁ କରିପାରିବ ଏ ନାରୀ

ଦେହ ଖରାପ ଠୁ ଜରୁରୀ କାମ ବେଳେ ଯାଇ ପହଞ୍ଚିବା 

ଗାଡି ଶିଖିଥିବା ର କେତେ ଯେ ଫାଇଦା

ବିଣ୍ଡି ଗୋଡ଼ରେ ଯୋତା ପିନ୍ଧିବନି

ମଇଳା ହାତ ସାବୁନ ରେ ଧୋଇବନି

ଆର୍ଥିକ ସ୍ବଚ୍ଛଳତା ପାଇଁ ଚାକିରି କରିବନି

ଏ ଫମ୍ପା ଆଦର୍ଶ,ଋଢିବାଦୀ ପରମ୍ପରା କାହିଁକି

ଆଜିର ନାରୀ ବି କାହାର ମାଁ 

ଅଟେ ସେ ବସୁନ୍ଧରା ପରି

ତା' ର ଛାତି ତଳେ ସୁନ୍ଦର ହୃଦୟ ଟେ ଅଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract