ପାଳଭୂତ
ପାଳଭୂତ
ଆକାଶରେ ମାରେ ଡିଆଁ ଖାଏ ଅଳ୍ପ ଭାତ l
ପାଳ ଜଗିଛି ମୁଁ କ୍ଷେତ୍ର ପାଳ ପାଳ ଭୂତ ll
ପ୍ରାଣହୀନପିଣ୍ଡ ମୋର ଗୋଡ଼ ଡେଙ୍ଗାଡେଙ୍ଗା l
ଲମ୍ବାଲମ୍ବା ହାତେ ମୋର ଚାରିହାତି ଠେଙ୍ଗା ll
ବର୍ଷା ଶୀତ ଗ୍ରୀଷ୍ମ ଖରା ବର୍ଷା ଆଉ ତାତି l
କର୍ତ୍ତବ୍ୟ ମୋ କ୍ଷେତ ଜଗି ଥାଇ ଦିନ ରାତି ll
ହାଣ୍ଡି ଦିଆ ମୁଣ୍ଡ ମୋର ଲମ୍ବା ଲମ୍ବା ନିଶ l
ମିଟି ମିଟି ଆଖି ଦୁଇ ସଦା ନିର୍ଣ୍ଣିମେଷ ll
ହାତ ହଲାଇ ପବନେ କରେ ହୋ ହୋ l
ଭୟ ସଞ୍ଚାରି କହଇ ଧୋ ବାଇଆ ଧୋ ll
କ୍ଷେତୁଁ ପଳାନ୍ତି ବିହଙ୍ଗେ ହୁରୁଡ଼ି ହୁରୁଡ଼ି l
ଟେକାମାରନ୍ତି ବାଳୁଙ୍ଗା ପିଲା ମୋତେ ଭିଡ଼ି ll
କ୍ଷେତରେ ମୁଁ ରହି ଅଛି ଆଆଁ କରି ପାଟି l
ମାଲିକ ମୋ ନେଇଗଲା କ୍ଷେତଯାକ କାଟି ll
କ୍ଷେତଜଗା ପାଳ ଭୁତ ଧନ୍ୟ ମୋ ଜୀବନ l
ପ୍ରତୀକ୍ଷା ମୋହର ମୁଁ କର୍ତ୍ତବ୍ୟ ପରାୟଣ ll
