STORYMIRROR

Chittaranjan Nanda

Children Stories Inspirational

3  

Chittaranjan Nanda

Children Stories Inspirational

ବିପତ୍ତିକୁ କରିବା ନାଶ ଆଗୁଆ ହୋଇ

ବିପତ୍ତିକୁ କରିବା ନାଶ ଆଗୁଆ ହୋଇ

1 min
297

ଆହେ ପିଲାମାନେ ଆଜି ତୁମର 

ଚାଲିଛି ପାଠ ପଢା

ପାଠ ତ ହୋଇବ ସମାପ୍ତ ତୁମ 

ମେରୁଦଣ୍ଡ ହୁଏ ଗଢା


ତୁମେ ତ ଏହି ଦେଶ ନନ୍ଦିଘୋଷର

ପ୍ରାଣ ସ୍ପନ୍ଦନ

ଜାତୀୟ ଆଦର୍ଶ ଗଢି ତୋଳିବାକୁ 

ଦିଅ ମନ କର୍ଣ୍ଣ


ତୁମ ହାତରେ ଏ ଜାତିର ପତାକା ଓ 

ଜାତୀୟ ଏକତା

ନ ଦେଖାଅ ଭୀରୁତା ହେ ଭାରତମାତାର

ପ୍ରାଣ ପ୍ରତିଷ୍ଠାତା


ଭ୍ରଷ୍ଟାଚାରୀ ଯୌନ ପିପାସୁଙ୍କ କ୍ଷଣିକ

ସୁଖ ବିଭୋରେ

ସାଜି ଶତ ଶତ ନାରୀ କଳଙ୍କିନୀ ବୁଲନ୍ତି 

ରାଜରାସ୍ତାରେ


ମର୍ତ୍ତ୍ୟରେ ମାନବ, ମାନୁନି ପ୍ରକୃତି ଧର୍ମ,  

ପାପ କର୍ମ କରି ଚାଲେ

ବୃକ୍ଷ ଶୂନ୍ୟ ହେଲାଣି ଧରିତ୍ରୀ ପଶୁ ପକ୍ଷୀ 

ଲୋପ ହୋଇ ଚାଲେ


କହୁଛ ତୁମେ ମଣିଷ ବହୁ ଜ୍ଞାନୀ କରୁଛ

କାହିଁକି ପାପ

ନିଜ ପାଇଁ ନିଜେ ବଇରୀ ସାଜୁଛ

ଭୋଗିବ ପ୍ରକୃତିର ଶାପ


ବିଚାରବନ୍ତ ହୋଇ ବିଚାର ନକଲେ ବିନାଶ 

ହୋଇବ ମହୀ

ଶପଥ ନିଅ, ବେଳ ଥାଉ ଥାଉ ବିପତ୍ତିକୁ ନାଶ

କରିବ ଆଗୁଆ ହୋଇ


ଭ୍ରଷ୍ଟ ନେତାଙ୍କ କବଳେ ଆଜି ଅତିଷ୍ଠ 

ହେଉଛି ତୁମର ଜନନୀ

ନବୁଝିବ କେହି ଯଦି ତାହାର କାରଣ 

ରହିବ ସେ ଚିର ଦୁଃଖିନୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍