ଶ୍ରେଷ୍ଠ ଗୁରୁ
ଶ୍ରେଷ୍ଠ ଗୁରୁ
ଗୁରୁ ଯେ ଆମର ପାର୍ଥୀବ ଠାକୁର,
ତାଙ୍କ ଶିକ୍ଷା ଦାନେ ବଡ଼ ହେଉ ।
ପ୍ରେରଣା ଦାୟୀ ସେ ଜୀବନ ସରଣୀ
ଅମୃତ ଜୀବନ ପାଇଥାଉ ।
ଶତଧାରେ ଉଭା ଦେଉଳ ମଞ୍ଜରୀ,
ମିଶି ଏକ ମାତ୍ର ପରଂବ୍ରହ୍ମ।
ସେପରି ସକଳ ଗୁରୁଜ୍ଞାନେ କର୍ମେ,
ନିୟୋଗ ଯେକରେ ସର୍ବୋତ୍ତମ ।
ଜଟିଳ ସଂସାର ପାର ହେବା ପାଇଁ,
ବିତାନ୍ତି ପ୍ରେରଣା ପଥ ।
ଦୃଢ଼ ମନେ ଯେ ସାଧନା କରେ,
ନର ଜୀବନ ହୁଏ ଅମୃତ ।
ପିତା, ମାତା, ଗୁରୁ ପରିଜନ ସେବା,
ବିନା ରତ ହୋଇ ସ୍ବାର୍ଥେ ।
ଅଧମ ଜ୍ଞାନୀ ସେ ଗୁରୁଦ୍ରୋହି ହୋଇ,
ଅକିର୍ତ୍ତୀ ଅର୍ଜନ ସଂସାର ପଥେ।
