ନେତାଜୀ ସୁଭାଷ
ନେତାଜୀ ସୁଭାଷ


ମରେ ନାହିଁ ବୀର ଭୟ ଅଗୋଚରେ
ଅମର ଜ୍ୟୋତି ସେ ଦେଦୀପ୍ୟମାନ
ଗୁଞ୍ଜେ ଜୟହିନ୍ଦ ନେତାଜୀ ସୁଭାଷ
ଏ ମାଟି ଆକାଶ ପାଣି ପବନ ।
ମାତା ପ୍ରଭାବତୀ ଜନକ ଜାନକୀ
ନାଥଙ୍କ ନବମ ପୁତ୍ର ସନ୍ତାନ
ଓଡ଼ିଶା କଟକ ନଗରେ ଜନମ
ସୁଭାଷ ଉଜ୍ଜଳ ଭାରତ ରତ୍ନ ।
ବାଲ୍ୟକାଳୁ ଥିଲେ ପ୍ରତିଭା ସମ୍ପନ୍ନ
ନେତୃତ୍ୱ ପ୍ରକାଶେ ଅପ୍ରତିହତ
କରିଥିଲେ ତ୍ୟାଗ ପ୍ରଶାସକ ପଦ
ଅରଜି ଚୟନେ ଉଚ୍ଚ କୃତିତ୍ୱ ।
ଜାଳି ଦେଶପ୍ରେମ ଲେଲିହାନ ବହ୍ନି
ଜାଗରିତ କଲେ ସ୍ୱରାଜ୍ୟ ସ୍ୱପ୍ନ
ପରାଧୀନତାର ଲୈ।ହଶୃଙ୍ଖଳକୁ
ଭାଙ୍ଗିବାକୁ ଦେଲେ ବଜ୍ର ଆହ୍ୱାନ ।
ସଙ୍ଗଠିତ କଲେ ଯୁବକ ଯୁବତୀ
ସ°ଗ୍ରାମୀ ନିର୍ଭୀକ ଅପ୍ରତିଦ୍ୱନ୍ଦୀ
ବେଙ୍ଗଲ କ°ଗ୍ରେସ ଅଧ୍ୟକ୍ଷ ହୋଇଲେ
ନିଗମ ମେୟର ହୋଇ ବି ବନ୍ଦୀ ।
ଜାତୀୟ କ°ଗ୍ରେସ ସମ୍ପାଦକ ଭାବେ
ତାଙ୍କର ଦକ୍ଷତା ଦିଗଦର୍ଶନ
ସ୍ୱ।ଧୀନତା ଲକ୍ଷ୍ୟ କରିଥିଲା ତୀବ୍ର
ସ୍ୱଦେଶୀ ଅସହଯୋଗ ସ°ଗ୍ରାମ ।
ଜ୍ୱାଳାମୁଖୀ ତାଙ୍କ ସମ୍ବାଦ ଉଦ୍ଘୋଷ
ଆଲେଖ୍ୟ ପ୍ରଚଣ୍ଡ ମୁକତି ମନ୍ତ୍ର
ବାରବାର ବନ୍ଦୀ କରି କାରାଗାରେ
ରୁଦ୍ଧ କରୁଥିଲା ଇ°ରେଜ ତନ୍ତ୍ର ।
ଗୃହବନ୍ଦୀ ଥାଇ ବଙ୍ଗଳା ନିବାସେ
ଅପସରିଗଲେ ଛଦମବେଶେ
ପହଞ୍ଚିଲେ ଯାଇ ଜର୍ମାନ ବର୍ଲିନ
କାବୁଲ ଋଷିଆ ମସ୍କୋର ବାଟେ ।
ଜର୍ମାନ
ଜାପାନ ସମ୍ମିଳିତ ଶକ୍ତି
ସହଯୋଗ ବଳେ ଟୋକିଓ ନଗ୍ରେ
ଗଠନ କରିଲେ ସଶସ୍ତ୍ର ବାହିନୀ
ଆତ୍ମ ପରିଚୟ ନାୟକ ଭାବେ ।
ସ୍ୱ।ଧୀନ ଭାରତ ସରକାର ଗଢ଼ି
ଆହ୍ୱାନ କରିଲେ ଦିଅ ରକତ
ଦିଲ୍ଲୀ ଚଲୋ ବୀର ଆଜାଦ ଫଉଜ
ଡାକେ ଜନ୍ମଭୂମି ଦେଶ ଭାରତ ।
ମିଳେ ନାହିଁ କେବେ ମୁକ୍ତି ସ୍ୱ।ଧୀନତା
କରି ଆଲୋଚନା ସଲାସୁତୁରା
ହାସଲ କରିବା ରକ୍ତ ଢାଳି ଦେଇ
ଅତ୍ୟାଚାର କିଆଁ ସହିବା ଭଲା ।
ଅନ୍ୟାୟ ଅସତ୍ୟ ସହିତ ସାଲିସ
କର ନାହିଁ ପ୍ରିୟ ଭାରତବାସୀ
ସିଂହାପୁର ଦେଇ ରେଙ୍ଗୁନ କୋହିମା
ଗର୍ଜିଲା ଇମ୍ଫାଲ ଭାରତେ କ୍ରାନ୍ତି ।
ଅରାତି ବିଦେଶୀ ହେଲା ଥରହର
ଜାଗିଉଠିଥିଲା ପ୍ରାଣ ସ୍ପନ୍ଦନ
ତେଜିଥିଲା ଶିଖା ଭାରତ ଛାଡ଼ର
ଜଳିଲା ମଶାଲ ମୁକ୍ତି ସ°ଗ୍ରାମ ।
ତୁମରି ଆଦର୍ଶ ବୀରତ୍ୱ ସାହସ
ଦେଶପ୍ରେମ ତ୍ୟାଗ ଓ ବଳୀଦାନ
ଲିପିବଦ୍ଧ ହୋଇ ରହିଛି ରହିବ
ସ୍ୱର୍ଣ୍ଣ।ଭ ଅକ୍ଷରେ ଚିର ଅମ୍ଳାନ ।
ତୁମ ପଳାୟନ ଦୁର୍ଘଟଣା ମୃତ୍ୟୁ
ମିଥ୍ୟା ପ୍ରହେଳିକା ଉଦ୍ଦେଶ୍ୟପୂର୍ଣ୍ଣ
ପ୍ରକାଶେ ଶୈ।ର୍ଯ୍ୟତା ଶୁଭ ଆବିର୍ଭାବ
ପରାକ୍ରମ ଲଗ୍ନ ଜନମଦିନ ।
କୋଟି ପ୍ରଣିପାତ ନେତାଜୀ ସୁଭାଷ
ତୁମରି ଉଦ୍ଦେଶ୍ୟେ ଶ୍ରଦ୍ଧାସୁମନ
ଯଶୋଦେହୀ ତୁମେ ଅକ୍ଷୟ ଅନନ୍ୟ
ହୁଅ ବାରବାର ଭାରତେ ଜନ୍ମ ।
-------