STORYMIRROR

Mahesweta Panigrahi

Inspirational Others Children

4  

Mahesweta Panigrahi

Inspirational Others Children

ଛୋଟ ବଡ

ଛୋଟ ବଡ

1 min
327

ମିଞ୍ଜି ମିଞ୍ଜି ଛୋଟ ତାରାର ଆଲୋକ

ଚମକାଏ ରାତି ସାରା,

ଟିକି ଟିକି ଫୁଲ ବାସ ମହକାଏ

ଅତି ସେ ସୁନ୍ଦର ପରା।


ବିନ୍ଦୁ ବିନ୍ଦୁ ମିଶି ସିନ୍ଧୁ ହୁଏ ପୁଣି

ବିରାଟ ତା ରୂପ କାୟା,

କ୍ଷୁଦ୍ର ଧୂଳିକଣା ନେଇ ତ ଗଠିତ

ବିଶ୍ଵ ତ ସତରେ ମାୟା।


ଛୋଟିଆ ମଞ୍ଜିରୁ ବିଶାଳ ବୃକ୍ଷଟି

ନିଶ୍ଚେ ଉଭା ଦିନେ ହେବ,

ଛୋଟ ବୋଲି କେବେ ନମଣିବ ହେୟ

ଚେଷ୍ଟା ହିଁ ସବୁ ସମ୍ଭବ।


ମନେ ଥିଲେ ବଳ ହେବ ଦିନେ ବଡ

ଏଥିରେ ନାହିଁ ସନ୍ଦେହ,

ବଡ ତୁଲେ ସମ ନୁହେଁ ସିନା ଛୋଟ

ଛୋଟରୁ ହିଁ ବଡ ହେବ।


ଦୁବଘାସ ପରି ହେବି ମୁଁ ଛୋଟିଆ

ନାହିଁ ମନେ ତିଳେ ଦୁଃଖ,

ଉଦ୍ଦେଶ୍ୟ ସଠିକ୍ ଥାଉ ମୋ ଜୀବନେ

ଏତିକି ମିନତି ରଖ।


କର୍ମ ଘେନି ଛୋଟବଡ ହୁଏ ସିନା

ଅକର୍ମରେ ବଡ ଛୋଟ,

ଲୋଡା ନାହିଁ ମୋର ବଡ ଜୀବନଟେ

କର୍ମରେ ହେବି ମହତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational