ମାନବିକତା
ମାନବିକତା
ବସିପଡ଼ି ପଥିକଟି ଗଛ ଛାଇ
ମାରୁଥିଲା ହାଇ
ଖରା ମାରୁଥିଲା ଟାଇଁ ଟାଇଁ
ଝାଳ ଯାଉଥିଲା ବୋହି ।
ପାଦରେ ନଥିଲା ଚପଲ କି ଜୋତା
ନଥିଲା ବି ଗୋଟେ ଛତା
ମୁନା ଦେଖି ହେଲା ହାଇଁ ପାଇଁ
ବାପାଙ୍କ ନୂଆ ଜୋତା ଦେଲା ନେଇ ।
ପାଣିବୋତଲଟେ ଦେଲା ଥୋଇ
ପଚାରିଲା ଆଉ କଣ ଦରକାର
କହିଲେ ଆଣିଦେବି ଭାଇ
ମୁନାର ମୁଣ୍ଡରେ ଆଶୀର୍ବାଦ ଢାଳିଦେଇ ।
କହିଲେ ପଥିକ ସେହି
ମାନବିକତା ଅଜାଡ଼ି ଦେଇଛୁ
ଆଉ କି ମାଗିବି ମୁହିଁ
ସବୁଦେଖୁଥିଲେ ଛାତ ଉପରୁ ମାଆ ।
କହିଲେ ମୋ ମୁନା ତୁହି
ନିଶ୍ଚୟ ଦିନେ ବଡମଣିଷ ହେବୁ
ଆଜି ଯାହା ବୁଝିଲଇଁ
ମୁନା କହୁଥିଲା ବୁଝାଇ ଦିଅ ମା ।
ମାନବିକତା ଅର୍ଥ କହିଲେ ବାଟୋଇ
ମାଆ କହୁଥିଲେ ମଣିଷ ପଶୁ ବୃକ୍ଷକୁ
ଯେ ଭଲପାଇ ତାଙ୍କ କଥା ବୁଝୁଥାଇ
ସେଇ ଏକା ଧନ ମଣିଷପଣିଆ ।
ମାନବିକତା ତାକୁ କହି
ବୁଝିଯାଏ ଯିଏ ମଧୁ ବାରିଷ୍ଟର ସମ
ନାମ ରଖି ଥାଏ ଏହି ମହୀ ।
