ସବୁଠୁଁ ବଡ଼
ସବୁଠୁଁ ବଡ଼
ସବୁଠୁଁ ମହାନ ସବୁଠୁଁ ବଡ଼,
ଜନମ ଦାୟିନୀ ମାଆ ଆମର ।
ଅମୂଲ ମୂଲ;
କେହି ହେବେନାହିଁ ତା' ସମତୁଲ ।
ଛୋଟରୁ ଆମକୁ ଯତନେ ପାଳି,
ସେନେହ, ମମତା ଦେଇଛି ବୋଳି ।
ନିଜେ ନ ଖାଇ;
ଆମକୁ ଦେଇଛି ଆହାର ଖୋଇ ।
ରୋଗବେଳେ ସଦା ପାଖରେ ବସି,
ଦେଉଥାଏ ଆମ ଦେହ ଆଉଁଶି ।
ସେବାରେ ତା'ର;
ଡରି ଚାଲିଯାଏ କଠିନ ଜର ।
ପାଖରେ ବସାଇ ସରାଗେ ଅତି,
ଭଲ କଥା କେତେ ଶିଖାଏ ନିତି ।
ପଢ଼ାଏ ପାଠ;
ବୁଝାଏ ହେବାକୁ ଉତ୍ତମ ଚାଟ ।
ମହାପୁରୁଷଙ୍କ ଜୀବନୀ କହେ,
ଦେଶ ସେବା ଲାଗି ପ୍ରେରଣା ଦିଏ ।
ଆକଟ କରେ;
ନ ଯିବାକୁ କେବେ ଭୁଲ ବାଟରେ ।
ଠାକୁରଙ୍କ ପାଶେ ଭକତି ଭୋଳେ,
ନିତିଦିନ ସେ ତ ଦୀପଟି ଜାଳେ ।
ନୁଆଇଁ ଶିର;
ମନାସୁଥାଏ ସେ ଶୁଭ ଆମର ।
ସେଇ ମାଆ ପଦେ ନୁଆଇଁ ମଥା,
କୁନା, ମୀନା ଯେତେ ଦେବାରେ କଥା ।
ରଖିବା ମନେ;
ହେବା ନିଶ୍ଚେ ବଡ଼ ମଣିଷ ଦିନେ ।