ନିରାଟ ସତ୍ୟ
ନିରାଟ ସତ୍ୟ
ଖୋଜିବାର ଅଛି ତ ସବୁବେଳେ ନିଜର ସକରାତ୍ମକତାକୁ ଖୋଜ
ନକରାତ୍ମକତାକୁ ତ ଏ ଦୁନିଆ ହିଁ ଦେଖେଇ ଦେବ ........(୦)
ପାଦ ରଖିବାର ଅଛି ତ ସବୁବେଳେ ଆଗକୁ ହିଁ ରଖ
ପଛକୁ ତ ସବୁବେଳେ ଏ ଦୁନିଆ ହିଁ ଠେଲୁଥିବ ............(୧)
ଭଲ ପାଉଛ ତ ପ୍ରଥମେ ନିଜକୁ ହିଁ ଭଲପାଅ
ଦୁନିଆ ଠୁ ତ ସବୁବେଳେ ଘୃଣା ହିଁ ମିଳୁଥିବ ................(୨)
ଜାଗ୍ରତ କରିବାର ଅଛି ତ ନିଜର ଇଚ୍ଛାଶକ୍ତି କୁ ଜାଗ୍ରତ କର
ତାକୁ ଦେଖିକି ତ ଏ ଦୁନିଆ ହିଁ ଜଳିଯିବ ....................(୩)
ବନେଇବାର ଅଛି ତ ଗୋଟିଏ ପରିଚୟ ବନେଇକି ଦେଖ
ଭିଡ଼ ଭିତରୁ ବି ତୁମକୁ ଏ ଦୁନିଆ ହିଁ ଜାଣୁଥିବ .............(୪)
କରିବାର ଅଛି ତ କିଛି ଅଲଗା କରିବାର ପ୍ରଚେଷ୍ଟା ରଖ
ତାଳି ର ବର୍ଷାକୁ ତ ଏ ଦୁନିଆ ହିଁ ଭେଟି ଦେବ ............(୫)
