Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ତୁଣ୍ଡ ବାଇଦ ସହସ୍ର କୋଶ

ତୁଣ୍ଡ ବାଇଦ ସହସ୍ର କୋଶ

1 min
301



କୁଆ ଉଡ଼ି ଗଲେ ଛୁଆ ଉଡ଼ି ଗଲା

ଜଣେ ଜଣ କୁହାକୁହି

ପ୍ରମାଣ କରନ୍ତି ମିଛଟାକୁ ସତ

ସତିଆପଣ ବୋଲାଇ

ଏହିପରି ମଣିଷ

ସମାଜ ବୁକୁରେ ଲଗାଇ କଳଂକ

ଢାଳି ଦେଇଥାନ୍ତି ବିଷ

ତୁଣ୍ଡ ବାଇଦ ସହସ୍ର କୋଶ ।


ଜଗତ ଜନନୀ ମାତା ସୀତାଙ୍କର

ଅଗିନୀ ପରୀକ୍ଷା ନେଇ

ପ୍ରଭୁ ଶିରୀରାମ ସତୀପଣିଆକୁ

ଜନଜଗତ ଦେଖାଇ

ଧୋବା ଧୋବଣୀ ଭାଷ

ଅନ୍ଧାରୀ ବିଜେରେ ଶୁଣି ଶିରୀରାମ

ସୀତା ଦେଲେ ବନବାସ

ଅପରିଣାମଦର୍ଶୀ ମଣିଷ ।


ଏ ଲୋକ ଚରିତ୍ର ଅତୀବ ବିଚିତ୍ର

ଅସତକୁ ସତ ଭାବି

ସଜ ମାଛରେ ବି ପୋକକୁ ପକାନ୍ତି

ସତରେ କି ଅନୁଭବୀ !

ଯେମିତି ଆନ ତୋଷ

ହେଲେ ହରି ନ୍ୟ'ନ୍ତି ସୁଖ ଆଉ ଶାନ୍ତି

ରହିଯାଏ ଅବଶୋଷ

ତୁଣ୍ଡ ବାଇଦ ସହସ୍ର କୋଶ ।


ନିନ୍ଦାକୁ ପ୍ରଶଂସା ପ୍ରଶଂସାକୁ ନିନ୍ଦା

କରିବାରେ ଧୁରନ୍ଦର

ଗୁଜବ ଉପରେ କେତେକ ବିଶ୍ବାସୀ

ମନ କରିଥାନ୍ତି ସ୍ଥିର

ଯିଏ ଭଲ ମଣିଷ

ବିନା ପ୍ରମାଣରେ କୁହାକଥା କେବେ

କରନ୍ତି ନାହିଁ ବିଶ୍ବାସ

ଅନୁସନ୍ଧାନୀ ସତ୍ୟ ପ୍ରକାଶ ।


ମିଛକୁ ଯେମିତି ପ୍ରଘଟ କରନ୍ତି

ଯଦି ସତର ପ୍ରଳାପ

କାନରୁ କାନକୁ ଦିଅନ୍ତେ ପ୍ରସରି

ଜୀବନୁ ଲିଭନ୍ତା ତାପ

ଏହି ତୁଣ୍ଡ ବାଇଦ

ଆହା ! କେତେ ମିଠା ନ ହୁଅନ୍ତା ସତେ 

ପୂରି ଉଠୁଥାନ୍ତା ହୃଦ

ଦୂର ହେଉଥାନ୍ତା ପରମାଦ ।



Rate this content
Log in

Similar oriya poem from Inspirational