Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kunja Bihari Dalai

Inspirational

4  

Kunja Bihari Dalai

Inspirational

ଜୀବନ ଗଣିତ

ଜୀବନ ଗଣିତ

1 min
250


ମନେ ଉଠେ ପ୍ରଶ୍ନ   ପ୍ରକୃତ ଜୀବନ 

ସାଥି କିଏ ଆମ ପାଇଁ,

ମାଆ ବାପା ପତ୍ନୀ   ପୁତ୍ର ପୁତ୍ରୀ ଭଗ୍ନୀ

 ସଂମ୍ପର୍କୀୟ ଅବା ଭାଇ ?


କହେ ଅନୁଭବୀ   ଦୃଶ୍ଯ ଯେଉଁ ଛବି 

କେହି ନୁହଁଇ ନିଜର ,

ଜୀବ ଥିବା ଦେହ   ସଭିଙ୍କର ପ୍ରିୟ 

ଜଡ ହେଲେ ହତାଦର ।


ଛିନ୍ନ ହେବ ଡୋର   ସବୁ ସଂପର୍କର 

ସାଥେ ଥିବ ଏ ଶରୀର ,

ଜନ୍ମରୁ ମରଣ   ଶରୀର ପୂରଣ

କରେ ଶୂନ୍ଯତା ତୁମ୍ଭର ।


ଧ୍ୟାନ ଦିଅ ଭଲେ   ଯତ୍ନ ନିଅ ହେଳେ 

ସୁସ୍ଥ ରହିବ କେମିତି ,

ବନ୍ଧୁ ପରିବାରେ   ସୁସ୍ଥତା ଦିଗରେ 

ଦୃଷ୍ଟି ରଖିଛ ଯେମିତି ।


ଯୋଗ ପ୍ରାଣାୟମ   ଆରାମ ବ୍ୟାୟାମ 

ଧ୍ୟାନ ଭଗବତ ଚିନ୍ତା ,

ଉତ୍ତମ ସାତ୍ତ୍ଵିକ   ଖାଦ୍ୟ ଆବଶ୍ଯକ 

ଏଡିବାକୁ ଦୁରାବସ୍ଥା ।


ଫୁସ୍ ଫୁସ୍ ପାଇଁ   ପ୍ରାଣାୟମ ଭାଇ

ମନ ସୁସ୍ଥ ଲାଗି ଧ୍ୟାନ ,

ଦେହ କାର୍ଯ୍ୟକ୍ଷମ   ମାଧ୍ୟମ ବ୍ୟାୟାମ

ଆତ୍ମାକୁ ଶୁଭ ଚିନ୍ତନ ।


ହୃଦୟ ସତେଜ   ରଖେ ପଦବ୍ରଜ 

ସୁକର୍ମ ବିଶ୍ଵର ହିତ ,

ବୃହଦନ୍ତ୍ର କ୍ଷମ   ଖାଦ୍ୟ ଯେ ସୁଷମ

ଏହି ଜୀବନ ଗଣିତ ।


Rate this content
Log in

Similar oriya poem from Inspirational