STORYMIRROR

Binodini Dash

Inspirational

3  

Binodini Dash

Inspirational

ମିତ ପାଇଁ ଗୀତଟିଏ

ମିତ ପାଇଁ ଗୀତଟିଏ

1 min
201


ମିତ ପାଇଁ ଗୀତ ଲେଖି ମନ ତୃପ୍ତ

ଝରି ଯାଏ ସତେ କି ମହୁ

ମୋ ମିତ ଖୁସିରେ ନାଚି ଉଠଇରେ

ପଦିଏ ପଢ଼ି ଦେଉ ଦେଉ

ଏଠୁ ସମ୍ପର୍କ

ବୁଝା ପଡେ କେତେ ମଧୁର

ଦୁଇଟି ହୃଦୟ ତୋଳେ ଜୟ ଜୟ

ଛୁଟାଇ ସୁଅ ମମତାର ।


କେତେ ସ୍ବଚ୍ଛ ସତେ ତୁମ ସ୍ମୃତି ହୃଦେ

ରୋମନ୍ଥନେ ଖୁସି ଅପାର 

ମୋ ଜୀବନ ସ୍ରୋତେ କୁଳୁକୁଳୁ ନାଦେ

ଥିଲ ତୁମେ ଝରଣା ଝର

ସେହି ରାଗିଣୀ

ଏବେ ମଧ୍ୟ ପ୍ରତିଧ୍ବନିତ

ତୁମ ପାଇଁ ଆଜି ହରଷରେ ଭିଜି

ତୋଳଇ ସୁଖ ଅପ୍ରମିତ ।


ତୁମରି ତ୍ୟାଗର ପାଉଛି ମୁଁ ଫଳ

ଜୀବନ ଥିବାଯାଏ ଋଣୀ

ଭୁଲି ପାରିବିନି ସେ ଅଭୟ ବାଣୀ

ସରବଦା ମନରେ ଗୁଣି

ତୁମ ମହତ୍ତ୍ଵ

ଅନୁଭବି ନିଜ ଅନ୍ତରେ

ମିତଟିଏ ନୁହେଁ ତୁମେ ଦେବୀଟିଏ

ରହିଥିବ ମୋ ହୃଦୟରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational