Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଚିର ସବୁଜ

ଚିର ସବୁଜ

1 min
201


ମନ ଯା'ର ଚିର ସବୁଜ 

ସୁବୁବେଳେ ହସଇ

ହୃଦୟ କ୍ଷେତୁ ସବୁଜିମା 

ଆଭା ଛୁଟି ଆସଇ ।


ଶରୀର ଗଛ ବି ପାକଳ 

ହେଲେ କାଳଚକ୍ରରେ

ରହଇ ଅପରିବର୍ତ୍ତନ

ପରା ସିଏ ମନରେ ।


ଚେତନାର ଖତ ସାରରେ

ଛନଛନ ବଢ଼ଇ

ତା'ପରି ସୁନ୍ଦର ମହୀରେ

ଆଉ ନୁହଁଇ କେହି ।


କରମକୁ ଭାବି ଈଶ୍ବର

ଲକ୍ଷ୍ୟ ପଥରେ ଧାଇଁ

ଜୀବନ ନଉକା ଖୁସିରେ

ସଦା ବାହି ନିଅଇ ।


ମନ ସୁସ୍ଥ ଥିଲେ ଶରୀର

ସୁସ୍ଥ ପ୍ରମାଣ ଦିଏ

ଦୁଃଖ ଅବଶୋଷ ମନକୁ

କେବେ ଘାରିନଥାଏ ।


ଦରପଣ ସମ ରହଇ

ଆମ ପରିବେଶରେ

କହିଥାଏ ଜଣେ ଆନକୁ

ତା' ଗୁଣ ସମ୍ପର୍କରେ ।


ସଭିଏଁ ଦି'ଦିନ କୁଣିଆ

ପରା ମରତ ଭୂଇଁ

ସବୁଜ ସୁନ୍ଦର ଜୀବନ

କିଆଁ ଧରିବା ନାହିଁ ।


Rate this content
Log in

Similar oriya poem from Inspirational