STORYMIRROR

Salila Sarangi

Inspirational

3  

Salila Sarangi

Inspirational

ଦିବ୍ୟ ଜ୍ୟୋତି ପ୍ରୀତି ଦୀପାଳି

ଦିବ୍ୟ ଜ୍ୟୋତି ପ୍ରୀତି ଦୀପାଳି

1 min
152

ଦେଵ ଜ୍ୟୋତି ଆହେ ପ୍ରୀତି ର ଦୀପାଳି

ସଦା ଜଳୁଥାଅ ଅନ୍ୟର ପାଇଁ 

ଘୋର ଅନ୍ଧକାର ଦୂରିଭୂତ କରି

ଆଲୋକେ ସଠିକ ରାହା ଦେଖାଇ।


ତ୍ୟାଗ ପୂତ ତୁମ ନିଃସ୍ଵାର୍ଥ ଜୀବନ

ସେଵାର ମହତ୍ତ୍ଵ ବୁଝିଛ ଏକା

ଅନୁଶୋଚନା ଟି ତିଳେ ମାତ୍ର ନାହିଁ

ମନେ ନାହିଁ ଭୟ ଭ୍ରାନ୍ତି ଓ ଶଙ୍କା।


ସବୁଠାରୁ ଶ୍ରେଷ୍ଠ ପରା ଏ ମଣିଷ

ବୁଝି ପାରେ ନାହିଁ କାହିଁ ସହଜେ 

ଲୋଭ ମୋହ ମାୟା ଆବୋରି ଧରିଣ 

ଅଜ୍ଞାନ ଅନ୍ଧାରେ ସର୍ବଦା ହଜେ।


ମହାକାଳ ଫଳ ପରି ତା ଶରୀର

ଚହଟ ଚିକ୍କଣ ଭାରି ସୁନ୍ଦର

ଅନ୍ତର ଭିତରେ କଳୁଷ କାଳିମା

ହିଂସା ଦ୍ୱେଷ କ୍ରୋଧ ମୋହ ମାୟାର। 


ଦୀପ ଠାରୁ ଶିଖ ତ୍ୟାଗର ମହତ୍ତ୍ଵ

ଜଳିଵାରେ ଅଛି କେତେ ଆନନ୍ଦ

ମହତ ଗୁଣକୁ ଆପଣାର କଲେ

ପ୍ରିତ ହେଵେ ପରା ପରମାନନ୍ଦ।


ପ୍ରୀତି ପୂର୍ଣ୍ଣ ହେଉ ଶୁଭ ଦୀପାବଳୀ

ଶୁଦ୍ଧ ପୂତ ହେଉ ସର୍ବ ଅନ୍ତର

ପବିତ୍ର ମନରେ ପ୍ରଦୀପଟେ ଜାଳି

ମଙ୍ଗଳ ମନାସେ ସାରା ବିଶ୍ଵର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational