STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ରାଇ ଦାମୋଦର

ରାଇ ଦାମୋଦର

1 min
208


ବ୍ରଜ ଧାମେ ଗୋପୀ ଗଣ କୃଷ୍ଣ ଙ୍କୁ ଭଜିଲେ

ଯମୁନା ରେ ସ୍ନାନ କରି ବାଲୁକା ପୁଜିଲେ

ଗୋପୀ ଭାବ ଦେଖି କୃଷ୍ଣ ହରସ ହୋଇଲେ

ମହା ରାସ ରଚିବେ କଥା ଦେଇ ଥିଲେ ।।


ଆସ ଭାଇ ଆମେ ଶ୍ରୀ ଜଗନ୍ନାଥ ଙ୍କ କ୍ଷେତ୍ର ଯିବା

ମହା ପ୍ରଭୁଙ୍କ ରାଇ ଦାମୋଦର ବେଶ ଦେଖିବା

ଶଙ୍ଖ କ୍ଷେତ୍ର ରେ ରହି ପୁରୁଷୋତ୍ତମ ଙ୍କୁ କରିବା ଦର୍ଶନ

ସବୁ ମାୟା ଛାଡି କରିବା ନାମ କୀର୍ତନ ।।


ଜନ୍ମ ଜନ୍ମ ପାପ ରୁ ମୁକତି ଲଭିବା

ଆସ ହେ ଭକତେ ରାଇ ଦାମୋଦର ବ୍ରତ କରିବା

ଶ୍ରୀ କୃଷ୍ଣ ଙ୍କ ପାଖେ ଆମ ମନ ରହି ଥାଉ

ରାଧା କୃଷ୍ଣ ନାମ ଭଜି ଏ ଜୀବ ଚାଲି ଯାଉ ।।


ଆସ ରେ ଭଉଣୀ ଆମେ ହବିସ୍ୟ କରିବା

ଜଗା ବଳିଆ କୁ ଦେଖି ଶରଣ ପଶିବା

ପ୍ରଭାତ ରୁ କରିବା ମା ତୁଳସୀ ଙ୍କୁ ପୂଜନ

ରାଇ ଦାମୋଦର ଙ୍କ ନାମ କରିବା ସ୍ମରଣ ।।


ଦ୍ଵାପରେ ଯୁଗେ କୃଷ୍ଣ ଙ୍କ ପ୍ରେମେ ଗୋପୀ ମଜିଲେ

ନନ୍ଦ ସୁତ କୁ ପତି କରିବାକୁ ବର ମାଗିଲେ

ରାଇ ଦାମୋଦର ଙ୍କ ବ୍ରତ ଦ୍ଵାପର ଯୁଗରୁ ହୋଇଲା

ପ୍ରତି ନାରୀ ଏ ବ୍ରତ କରି ପୁଣ୍ୟ ଅରଜିଲା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational