Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JITENDRA CHANDRA SAHOO

Inspirational

3  

JITENDRA CHANDRA SAHOO

Inspirational

ଭିନ୍ନ ଏକ ରାସ୍ତା

ଭିନ୍ନ ଏକ ରାସ୍ତା

1 min
220



ଲୋଡ଼ା ନାହିଁ ଭାଇ ପିଚୁ କି କଂକ୍ରିଟ

ଲୋଡ଼ା ନାହିଁ ମାଟି, ଗୋଡ଼ି, ପଥର

ନାହିଁ ଦରକାର ଜାଗା ବାଡ଼ି କାର

ସରକାରୀ ହେଉ ଅବା ନିଜର ।


ସେ ରାସ୍ତାରେ ପାଦ ଥରେ ଯେ ଥାପିଛି

ହୋଇ ପାରି ନାହିଁ ସେଠୁ ବାହାର

ହୋଇଯାଏ ନଷ୍ଟ ଫେରିବାକୁ କଷ୍ଟ

ଉଜୁଡି ଯାଏ ଟି ଘର ସଂସାର ।


ସେହି ରାସ୍ତା ପାଇଁ ହୋଇଛି କେ ଚୋର

ପୋଲିସ ହୋଇଛି ଘରେ ହାଜର

ଗୁରୁ, ପିତା, ମାତା, ବନ୍ଧୁ ପରିବାର

ସରମରେ ମଥା ନଏଁ ତାଙ୍କର ।


ପରିବାର ମୂଖ୍ୟ ଗଲେ ଏ ରାସ୍ତା ରେ

ଦେଶ ଭବିଷ୍ୟତ ହୁଏ ଅନ୍ଧାର

ପୁତ୍ର, ପତ୍ନୀ, କନ୍ୟା ହୁଅନ୍ତି ଶିକାର

ଏ ସମାଜ କରେ ଦୂରୁ ଜୁହାର ।


ଗଞ୍ଜେଇ,ଅଫିମ, ବ୍ରାଉନ ସୁଗାର

ଜୁଆ,ମଦ ଠାରୁ ରହିଲେ ଦୂର

ଜୀବନ ରାସ୍ତା ଟି ସଳଖ ସୁନ୍ଦର

ହୋଇବୁ ଧନ ପ୍ରିୟ ସଭିଙ୍କର ।


   


Rate this content
Log in

Similar oriya poem from Inspirational