ଅଲେଖ ଶରଣ
ଅଲେଖ ଶରଣ
ଏ ମନ ଶୂନ୍ୟ ମନ୍ଦିରେ ବିରାଜ ହେ ଅଣାକାର
ତୁମରି ଆଶିଷ ଲଭିବାକୁ ମନ
ଚାହିଁ ଅଛି ଏ କିଙ୍କର
ବିରାଜ ହେ ଅଣାକାର ।
ମୁଁ ଦୀନ ଅଜ୍ଞାନ ନ ଜାଣଇ ଧ୍ୟାନ
କିଦେଇ ତୋଷିବି ଆହେ ତୁମ ମନ
ତୁମେ ନିରାକାର ଆହେ ଗୁରୁ ବର
ପୂଜିବି ତୁମ ପୟର
ବିରାଜ ହେ ଅଣାକାର ।
ଘୃତ ସାଇତିଛି ଅଖଣ୍ଡ ଜାଳିଛି
ନେତ୍ର ଜଳେ ପାଦ ପଦ୍ମ ଧୋଇ ଦେବି
ତୁମେ ନିରଞ୍ଜନ ତୁମେ ନିରାକାର
ରୂପ ଅରୂପ ତୁମର
ବିରାଜ ହେ ଅଣାକାର ।
ଶୂନ୍ୟରେ ବିହାର ଶୂନ୍ୟରେ ଆହାର
ଶୁନ୍ୟବ୍ରହ୍ମ ପ୍ରଭୂ ମହିମା ଅପାର
ଅଖିଳ ବ୍ରହ୍ମାଣ୍ଡପତି ସ୍ୱାମୀ ମୋର
କରୁଣା ତବ ଆପାର
ବିରାଜ ହେ ଅଣାକାର ।
