Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JITENDRA CHANDRA SAHOO

Abstract Tragedy

4  

JITENDRA CHANDRA SAHOO

Abstract Tragedy

ଦୁର୍ଘଟଣା

ଦୁର୍ଘଟଣା

1 min
387


ଘଟଣା ସ୍ରୋତରେ ଅନୁଗାମୀ ପଥେ

ଭାସି ଚାଲଇ ଜୀବନ

ଦିଗ ହରା ଯେବେ ଏ ମନ ତରୀଟି

ଘଟେ ଦୁର୍ଘଟଣା ମାନ ।

ଏମିତି ଜୀବନ ନାହିଁଟି ସଂସାରେ

ଭାଙ୍ଗି ନାହିଁ କାର ଧ୍ୟାନ

ବେଳ କି ଅବେଳ ନାହିଁ ତା ପାଖରେ

ଉପସ୍ଥିତ ହୁଏ କ୍ଷଣ ।

ନାହିଁ ଜଣା ତାକୁ ଧନୀ କି ଗରିବ

ବଇରାଗି ,ଯୋଗୀ ଜନ

ନାହିଁ ତା ପାଖରେ ଜାତି କି ଅଜାତି

ପଣ୍ଡିତ ଅବା ଅଜ୍ଞାନ ।

ବେଳ ଥାଉ ଧନ ବନ୍ଧ ଟି ବାନ୍ଧିଲେ

ହେବ ଦୁର୍ଘଟଣା ବଣା

ତଥାପି ଆସଇ ବିନା ନିମନ୍ତ୍ରଣେ

ଏ କଥା ସଭିଙ୍କୁ ଜଣା ।

   


Rate this content
Log in

Similar oriya poem from Abstract