STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ତଥାପି ଆସ

ତଥାପି ଆସ

1 min
125

ଦୀପ ତ ନାହିଁ

ତେଲ ବଳିତା ଥିଲେ ଦୀପଟିଏ ଜାଳି ଦେଇ ଥାଆନ୍ତି,

କିଏ ବା ଦେଖୁଛି ସେସବୁ

ଏ ଅତ୍ୟାଧୁନିକ ଦୁନିଆରେ ସବୁତ

ଚାଇନା ଲାଇଟରେ ଚକମକ

ଦୀପ ବି କାନ୍ଦୁଛି ବସି ଏବେ ଭାଡିତଳେ

ଧନତେରାସ କାଳେ କାଲି ଗଲା

ଦେଖୁଥିଲି ପରା

ବାଲେଶ୍ବର ଆଇଟିଆଇ ଛକରୁ ମୋତିଗଞ୍ଜ ଯାଏ

ଆଲୋକ ମାଳାରେ ସୁନାରୁପା ସବୁ ଝଲସୁଛି

କାହା ବେକରେ ତ ହାତରେ

ଆଙ୍ଗୁଠିରେ ତ ପାଦରେ

ଭଳିକି ଭଳି ମିଠା ଗୁଡା ଖତେଇ ହେଉଛନ୍ତି ମୋତେ,

ପରୋକ୍ଷରେ କହୁଥାଆନ୍ତି

ଆରେ ଏ ପିଲା

ଦେଖ୍ ନାହିଁ ତୁ ଆମକୁ

ତୋ ହାତ ପାଇବ ନାହିଁ କି ତୋ ପେଟ ହଜମ କରି ପାରିବ ନାହିଁ।

ଖବରକାଗଜ ବାଲାର ଛୁଆ ମୁଁ

ଦୀପାବଳି ସାତସପନ

ବାପା ବୋଉ ଗଲା ପରେ ଏଇ ଛିଣ୍ଡା ବସ୍ତାରେ

ମୋଡି ମାଡି ପଡି ଶୋକ ପାଳୁଛନ୍ତି କିଛି କାଗଜ।

କେହି ତ ମୋର ଆଗକୁ କି ପଛକୁ ନାହିଁ

ଜୀବନର ଅଭାବୀ ଜଞ୍ଜାଳ ସବୁ ଏଇ କାନ୍ଧରେ ବୋହି ଆଗକୁ ଯିବି ଯେ

ହେଲେ ଏହି ନିଆଁଲଗା ଭୋକର ଭୂଗୋଳ କେମିତି ପଢି ବୁଝିବି ମୁଁ।

ଆଜି ମାଟିର ମଣିଷଟି ଟିକେ ଆକାଶିଆ ହେଇଯାଇଛି।

ଫେରିବ ପୁଣି ମାଟିକୁ

ଅପେକ୍ଷା ନିଶ୍ଚୟ ସେ ସମୟକୁ 

ନିଶ୍ଚୟ ନିଶ୍ଚୟ

କିନ୍ତୁ ବୋଧହୁଏ ପତର ତଳେ ନୁହେଁ

 ପଥର ତଳେ ଅନେକ ଭାଗ୍ୟ ଉପହାସ କରନ୍ତି ।

ନାଁ,ଏଇ ଝୁମ୍ପୁଡିରେ କାଗଜକୁ ଜାଳି ବଡ଼ବଡୁଆ ଡାକିବି ।

ଏ ବଡ଼ବଡୁଆ କିଏ

ନଅ ବର୍ଷର ଶୈଶବରେ ବାପାବୋଉ ଛଡ଼ା କାହାକୁ ତ ଚିହ୍ନି ନାହିଁ।

ସେହି ମୋର ସବୁ

ହେ ମୋର ବାପାବୋଉ

ଏହି ଆଲୁଅରେ ଆସ

ଦେଖିଯାଅ ମୋ ପ୍ରତି ସମାଜର ବିଦ୍ରୁପର ହସ

ପାରୁଛ ଯଦି ପାଖକୁ ତୁମର ନେଇଯାଅ

ଏ ସ୍ବାର୍ଥସର୍ବସ୍ବ ସଂସାରରୁ ମୋତେ ମୁକ୍ତି ଦିଅ ।

ଦୀପ ତ ନାହିଁ

ତେଲ ବଳିତା ଥିଲେ ଦୀପଟିଏ ଜାଳି ଦେଇ ଥାଆନ୍ତି ।

ତଥାପି ଥରେ ଦେଖିଯାଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational