STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ଆଲୋଚନା କିମ୍ପା

ଆଲୋଚନା କିମ୍ପା

1 min
149


ଯେଉଁ ରାଷ୍ଟ୍ର କଲା ଭାରତେ ଶାସନ

   ଦୁଇଶହ ବର୍ଷରୁ ବେଶି

ଆମ ଭାରତର ଋଷି ସନକରେ

   ଦେଲେ ଦୀପତ୍ସବେ ଖୁସି।


ବ୍ରୀଟେନର ହେବେ ପ୍ରଧାନମନ୍ତ୍ରୀରେ

   ଦୀପତ୍ସବେ ଉତ୍ସାହିତ, 

ଅଠେଇଶ ତାରିଖ ଅକ୍ଟୋବର ମାସେ

   ପଦର ନେବେ ସପଥ।


ଗର୍ବିତ କରିଲେ ଭାରତ ବାସୀଙ୍କୁ

  ଦେଶେ ଆଲୋଚନା କିମ୍ପା?

କେଉଁପାଇଁ ହୁଏ ଆଲୋଚନା ଏଠି

    ଏପରି ଶତ୍ରୁତା କିମ୍ପା?


ଯୋଗ୍ୟତା ଆଧାରେ ପଦମିଳେ ଏଠି

   ଜାତିଭେଦ ନାହିଁ କିଛି,

ହେଲେ ରାଷ୍ଟ୍ରପତି ଉପ ରାଷ୍ଟ୍ରପତି

   ଜ୍ଞାନ ନାହିଁ ତାଙ୍କ କିଛି।


କେଉଁ ରାଜନୀତି କରନ୍ତି ସେମାନେ

  ମୂର୍ଖ ଏବେ ଦେଶେ ନାହିଁ,

ବୁଝୁ ଛନ୍ତି ସବୁ ଦେଖନ୍ତି ଚରିତ୍ର

  ନୂଆ ଏ ଭାରତ ଯହିଁ।


ଗର୍ବିତ ନହୋଇ ଆଲୋଚନା କିମ୍ପା?

  ଏହୁତ ଅମୃତ କାଳ,

ଜନଜନ ଖୁସି ନାହିଁ ରାଜନେତା 

  ସତ୍ତା ପାଇଁରେ ବାତୁଳ।


ଏପରି ନେତାଙ୍କୁ ବହିଷ୍କାର କର

  ରାଷ୍ଟ୍ର ଗର୍ବେ ଗର୍ବ ନାହିଁ,

ଯେଉଁ ରାଷ୍ଟ୍ର ଦିଏ ଅହିଂସାର ମନ୍ତ୍ର

  ରାଷ୍ଟ୍ରର ସମ୍ମାନ କାହିଁ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

  ଋଷି ସନକକୁ ଆମ,

ଅମୃତ କାଳର ଗର୍ବିତ କରିଲେ

  ସମ୍ମାନ ଏହୁଟି ଆମ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational