ପିଲାଙ୍କ ସଫଳତା
ପିଲାଙ୍କ ସଫଳତା
ଆସ ପିଲେ ଆମେ ଭଲ ପାଠ ପଢିବା
ଭଲ ପାଠ ପଢି ଆମେ ସଫଳ ହୋଇବା
ତୁମ ସଫଳତା ପିତା ମାତା ଦେଖିବେ
ପିତା ମାତା ଦେଖି ଖୁସି ରେ ବିଭୋର ହେବେ
ତୁମ ପାଇଁ ପିତା ମାତା ସବୁ ଆଣି ଦେଲେ
କେତେ କଷ୍ଟ ସହି ତୁମକୁ ମଣିଷ କଲେ
ତୁମେ ଆଗକୁ ଗଲେ ପିତା ମାତା ଗର୍ବ କରିବେ
ତୁମକୁ ଜନ୍ମ ଦେଇ ନିଜେ ଖୁସି ହୋଇବେ
ତୁମେ ଉଚ୍ଚ ପଦ ପଦବୀ ଯେବେ ଲଭିବ
ତୁମ ଗୁରୁ ଜି ଶ୍ରମ ସାର୍ଥକ ହେବ
ତୁମ ପାଇଁ କେତେ କଷ୍ଟ ସେ କରିଲେ
ତୁମ ପାଇଁ ସବୁ କିଛି ବୁଝାଇ ଥିଲେ
ତୁମେ ଭଲ ପଢିଲେ ଗୁରୁ ଜି ଖୁସି ହୋଇବେ
ନିଜ ପରିଶ୍ରମ ସଫଳ ହେଇଛି ସେ ଜାଣିବେ
ପିତା ମାତା ଗୁରୁ ଙ୍କ କଥା ପାଳନ କରିବ
ତାଙ୍କରି ଆଶିଷରେ ତୁମେ ଜୀବନେ ସଫଳ ହୋଇବ ।
