STORYMIRROR

Binata Mohanta

Abstract Children

4  

Binata Mohanta

Abstract Children

ସେବା ଏକ ଆଶୀର୍ବାଦ

ସେବା ଏକ ଆଶୀର୍ବାଦ

1 min
408

ପ୍ରାଣୀ ଉଦ୍ଭିଦ ଅବା ଜନ

         ସେବାରେ ନିୟୋଜିତ କରିବା ମନ

ଯୋଗାଇବା ଟିକିଏ ଜଳ

          ଆଉ ପେଟକୁ ମୁଠାଏ ଅନ୍ନ ।।

 ସେବା ମନେ ଦିଏ

          ଅପାର ଆନନ୍ଦ

 ଆଗେଇ ଆସିବା ଘୃଣା 

         ନମଣି ଭାବି ଆଶୀର୍ବାଦ ।।

 ସଭିଙ୍କୁ ମିଳି ନଥାଏ

          ସେବା କରିବା ସୁଯୋଗ

 କିଏ କରେ ଅନ୍ତରରୁ

          ମଣେ ସେ ନିଜ ଭାଗ୍ୟ ।।

 ମନେ ନ ଥାଏ କିଛି 

          ପାଇବାର ଅଭିପ୍ରାୟ

 ନା କିଛି ହାରିବାର

           ନା କ୍ଷତି ସହିବାର ଭୟ  ।।

 ଭାବି ଇଶ୍ଵରଙ୍କ ଇଚ୍ଛା ଏହା

           ସଭିଁଏ ହେବା ତତ୍ପର

 ପୁଣି ଭାବୁ ବୋଧେ ଏହା 

           କର୍ମଫଳ ପୂର୍ବ ଜନ୍ମର ।।

 ମଦର ଟେରେସା, ଉତ୍କଳମଣି ଗୋପବନ୍ଧୁ ଆଦି

            ଇତିହାସରେ ମହାପୁରୁଷ ଗଣ

 ନିଜକୁ ନିୟୋଜିତ କରିଥିଲେ 

            ସେବାରେ ଦରିଦ୍ର ଜନ ।।

 ତାଙ୍କରି ସତ୍ ଚେତନା ଓ ପ୍ରେରଣାର

           ପଥକୁ କରିବା ଅନୁସରଣ 

 ଦୁଃଖୀ ରଙ୍କିଙ୍କ କରିବା ସେବା

            ପ୍ରଭୁଙ୍କୁ କରି ସ୍ମରଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract