ଦେବାରେ ଭୋଟ !
ଦେବାରେ ଭୋଟ !
ରୌଦ୍ର ଝରା ପଡୁ ଝାଞ୍ଜି ଝାଇଁ ଝାଇଁ
ତଥାପି ଦେବା ଟି ଭୋଟ,
ଗଢିବା ଆମରେ ଦେଶ ସରକାର
ନ ଚୁନିବା ନେତା ଭ୍ରଷ୍ଟ।
ଭୋଟରେ କରିବା ଚୋଟ
ଆମ ସୁବିଧା ଟି କରି ଦେବ ଯିଏ
କରିବା ତାହାକୁ ଭୋଟ !!
ମତାମତ ଅଟେ ମତଦାନ ପରା
ସମ୍ବିଧାନ ଅଧିକାର
ଭୋଟର ଉତ୍ସବ ଦେଶରେ ଚାଲୁଛି
ଗଢିବାରେ ସରକାର।
କଳ୍ପନା ରାମରାଜ୍ୟର
ତ୍ରେତୟା ପରି ଟି ଶାସନ କରିବ
ନ ରଖିବ ନିଜ ପର !!
ଭ୍ରଷ୍ଟାଚାର ନାହିଁ ଯେଉଁ ପାର୍ଟି ମଧ୍ୟେ
ଭ୍ରଷ୍ଟ ଦୂର ମନ୍ତ୍ର ଯାର
ସେହୁ ପାର୍ଟିକୁରେ ଦେବା ବନ୍ଧୁ ଭୋଟ
ରାଷ୍ଟ୍ର ପ୍ରତି ଭକ୍ତି ଯାର।
ସମଭାବ ଯା ବିଚାର
ନାହିଁ ଜାତିଭେଦ ସମାନ ଆଦର
ପକ୍ଷରେ ଭୋଟ ଆମର !!
ପାଞ୍ଚଶହ ବର୍ଷ ସ୍ବପ୍ନ ପୂର୍ଣ୍ଣ କଲା
କଲା ଟି ଦିବ୍ୟ ମନ୍ଦିର,
ବାଲ୍ୟରୂପ ରାମ ବିଗ୍ରହ ପ୍ରତିଷ୍ଠା
ପ୍ରଧାନ କଲେ ଦେଶର।
ଦୃଶ୍ୟ ତ୍ରେତୟା ଯୁଗର
ରାମମୟ ଆଜି ପବିତ୍ର ଭାରତ
ଅମୃତ ତୁଲ୍ୟ କାଳର !!
ସାକର କରିବ ବିଶ୍ବ ଗୁରୁ ସ୍ବପ୍ନ
ତାହାକୁ କରିବା ଭୋଟ,
ଅସମ୍ଭବ ସବୁ ସମ୍ଭବ କରିବ
ନ ଦେବ ମନରେ କଷ୍ଟ
କରିବନି ଟି ଅନିଷ୍ଟ
ସଂସ୍କୃତି ସଂସାର କରିବଟି ରକ୍ଷା
ଅନ୍ୟାୟ କରିବ ନଷ୍ଟ !!