STORYMIRROR

Premalata Giri

Abstract

4  

Premalata Giri

Abstract

ତୁ.....ତୁ

ତୁ.....ତୁ

1 min
236


ତୁ ନଈ ଆମ ଗାଁ ବାଟରେ

ମୁଁ ନାଆ ସେହି କୂଳ ଘାଟରେ

ତୁ ଥିଲେ ମୁଁ

ସାଁଉଟିନିଏରେ 

ବାଲିଗରଡାକୁ, ମୁକ୍ତାରେ। 

ତୁ ରାତି ମୋ ଆଖିର ପତାରେ

ମୁଁ ସ୍ୱପ୍ନ, ତୋ ପାହାନ୍ତି ନିଦରେ

ତୁ ଥିଲେ ମୁଁ

ଫୁଲ ହୋଇ ଫୁଟେ 

ରଂଗ ବୁଣେ ତୋ ପ୍ରୀତି ରେ। 

ତୁ ଜହ୍ନ, ମୋ ଆକାଶି ମନରେ

ମୁଁ ଜୋସ୍ନା, ତୋ ଚାନ୍ଦିନୀ ଓଠରେ

ତୁ ଥିଲେ ମୁଁ

କଇଁ ହୋଇଯାଏ 

ରହି ଝୁରେ କେତେ ଦୂରରେ । 

ମୁଁ ଗୀତ ତୋ ବଂଶୀ, ସ୍ୱନରେ

ତୁ କୁର୍ଷ୍ଣ ମୋ ଯମୁନା କୂଳରେ

ତୁ ଥିଲେ ମୁଁ

ମେଘ ହୋଇଯାଏ

ବର୍ଷିଯାଏ, ଖାଲି ପ୍ରେମରେ। 

ତୁ ମୋ ସକାଳର ଗୀତିରେ 

ମୁଁ ତୋର ସଂଜବେଳ ଚିଠିରେ

ତୁ ଥିଲେ ମୁଁ

ତୋତେପଢୁଥାଏ,

ତୁ ମୋ ପ୍ରିୟସାଥିରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract