STORYMIRROR

Salila Sarangi

Abstract Others

4  

Salila Sarangi

Abstract Others

ବ୍ୟାସକବି ସ୍ମରଣେ

ବ୍ୟାସକବି ସ୍ମରଣେ

1 min
222

ଭାଷା ସାହିତ୍ୟର ଅନୁପ ବିନ୍ଧାଣି

ଆହେ ଫକୀର ମୋହନ

ଯୋଗଜନ୍ମା ତୁମେ ବାଲେଶ୍ଵର ମାଟି

ମାଆକୁ କରିଲ ଧନ୍ୟ।

ବ୍ୟାସକବି ଭାବେ ହେଲ ପରିଚିତ

ସାହିତ୍ୟିକ ଜଗତରେ

ସଂସ୍କାର ମୂଳକ ଗଳ୍ପ ଉପନ୍ୟାସ

ସୃଷ୍ଟି ଲେଖନୀ ମୁନରେ।

“ଛମାଣ ଆଠଗୁଣ୍ଠ” ଉପନ୍ୟାସ

ଚାଷୀ ମାନଙ୍କ ଶୋଷଣ

ତତ୍କାଳୀନ ସାମାଜିକ ପ୍ରତିଛବି

ଜ୍ଵଳନ୍ତ ଉଦାହରଣ।

ଅନ୍ଧବିଶ୍ବାସ ଓ କୁସଂସ୍କାର ଦୂର

କରିବା ପାଇଁ ପ୍ରୟାସ

ଲେଖା ମାଧ୍ୟମରେ ପରିବର୍ତ୍ତନର

ସ୍ବରର ପରିପ୍ରକାଶ।

‘ମାମୁଁ’, ‘ପ୍ରାୟଶ୍ଚିତ’, ‘ଲଛମା’ ପ୍ରଭୃତି

ତୁମ ସୃଷ୍ଟି ଉପନ୍ୟାସ

କ୍ଷୁଦ୍ର ଗଳ୍ପ ଭାବେ "ଡାକମୁନିସି"ଓ

"ରେବତୀ" "ଅଧର୍ମ ବିତ୍ତ"।

“ପେଟେଣ୍ଟ୍ ମେଡ଼ିସିନ୍” ଭଳି ଗପ ଲେଖି

ନାରୀ ଶକ୍ତି ଜଗାଇଲ

‘ସୁନାବୋହୁ' ପୁଣି ‘ସଭ୍ୟ ଜମିଦାର’

ଅସରନ୍ତି ଭେଟି ଦେଲ।

ପୁଷ୍ପମାଳା,ପୂଜାଫୁଲ, ଉପହାର

ଓ ଅବସର ବାସରେ

ଅନେକ କବିତା ସୃଷ୍ଟିର ସମ୍ଭାର

 କାଳଜୟୀ ସମାଜରେ।

ଓଡ଼ିଆ ଭାଷାର ପୁରୋଧା ଭାବରେ

ଓଡ଼ିଆ ଭାଷା ବଞ୍ଚାଇ

ସଂସ୍କୃତ ମହାଭାରତ ଓ ରାମାୟଣ

ଗ୍ରନ୍ଥ ଓଡ଼ିଆରେ ରୂପ ଦେଇ।

ଅଠରଶହ ତେୟାଳିଶି ମସିହାରେ

ମକର ସଂକ୍ରାନ୍ତି ଦିନ

ତୁଳସୀ ଦେବୀ ଓ ଲକ୍ଷ୍ମଣ ଚରଣ

କୋଳକୁ କରି ମଣ୍ଡନ।

କାଳଜୟୀ ସୃଷ୍ଟି କରୁଥିବ ବୃଷ୍ଟି 

ସର୍ବଦା ଅମୀୟ ଧାରା

ସାହିତ୍ୟ ଆକାଶ ନକ୍ଷତ୍ର ମେଳରେ 

 ତୁମେ ଅଟ ଧ୍ରୃବତାରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract