STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପରମବ୍ରହ୍ମ

ପରମବ୍ରହ୍ମ

1 min
417


     ଅବିତରି ଆସ ଯୁଗେ ଯୁଗେ ତୁମେ

      ପାପ ନାଶି ଧର୍ମ ସ୍ଥାପନା ପାଇଁ,

      ଅନାଦି ଅନନ୍ତ ତୁମେ ନିରାକାର 

      ପତିତମାନଙ୍କ ଉଦ୍ଧାର ପାଇଁ।


     ତୁମେ କୃପାସିନ୍ଧୁ ତୁମେ ଦାରୁବ୍ରହ୍ମ

      ତୁମେ ହିଁ ପ୍ରଭୁ ସୃଷ୍ଟିର କାରଣ,

     ତୁମ ସର୍ଜାନାରେ କଳେବର ତୁମେ

      ପୁଲକିତ କରହେ ମନ ପ୍ରାଣ।


     ଜ୍ୟେଷ୍ଠଯାଇଯହିଁ ଆଷାଢ଼ ସେ ଆସେ

      ଭକ୍ତଙ୍କ ମନଟି ଖୁସିରେ ଭାସେ,

     ବରଷକେ ଥରେ ହୁଏ ରଥଯାତ୍ରା

      ଖୁସି ଓ ଆନନ୍ଦେ ବ୍ରହ୍ମାଣ୍ଡ ହସେ


    ମନମୋହନଙ୍କୁ ଦେଖିବା ପାଇଁକି

ସ୍ବର୍ଗ ଲୋକଠାରୁ ମୃତ୍ୟୁ ଲୋକ ଯାଏଁ

ସବୁଠି ଦିଶେ ଚହଳ

      ସବୁ ଜାଣିଶୁଣି କାହିଁକି ନୀରବ

         ତୁହିତ ଭକ୍ତ ବତ୍ସଳ।


      ଭକ୍ତଙ୍କର ଭକ୍ତି ଜଡ଼ିତ ତହରେ

        ତୁମଠାରୁ କେବା ଜାଣେ,

      ରାଷ୍ଟ୍ର ହୀତ ପାଇଁ ପ୍ରାର୍ଥନା କରୁଛି

         ଭକ୍ତିକୁ ରଖିଛି ପ୍ରାଣେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract