STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ଶ୍ରୀମନ୍ଦିର ପରିକ୍ରମା

ଶ୍ରୀମନ୍ଦିର ପରିକ୍ରମା

1 min
32


ଆସ ବେଢ଼ା ପରିକ୍ରମା କରିବା

ଶ୍ରୀକ୍ଷେତ୍ର ଧାମ କୁ ବୁଲି ଆସିବା

କାଳିଆ କୁ ମନକଥା କହିବା

ସିଂହ ଦ୍ୱାରେ ବେତ ମାଡ଼ ଖାଇବା 

ବୁଲି ବୁଲି ଚାରି ଦ୍ବାର ଦେଖିବା

ଆସ ବେଢ଼ା ପରିକ୍ରମା କରିବା ।


ଦାଣ୍ଡ ର ଧୂଳି ମଥାରେ ବୋଳି

ଭକ୍ତ ଆସନ୍ତି କରି ଗହଳୀ 

ସିଂହ ଦୁଆର ପଡେ ଉଛୁଳି।

ଭକ୍ତ କରନ୍ତି ପ୍ରଭୁ ଙ୍କୁ ଅଳି

ଭକ୍ତିରେ ଜାଳି ଘିଅ ଦୀପାଳି

ଦିଅ ହେ ପ୍ରଭୁ ଆଶିଷ ଢାଳି ।

ଭଜନ କିର୍ତ୍ତନ ତହିଁ ଦେଖିବା

ଆସ ବେଢ଼ା ପରିକ୍ରମା କରିବା ।


ଧର୍ମ ଦୁଆର ସିଂହ ଦୁଆର

ଗୁମୁଟ ତାର ଭାରି ସୁନ୍ଦର

ତୋରଣ ଲକ୍ଷ୍ମୀ ମଥାରେ ତାର ।

ସିଂହ ଦୁଆରେ ଭକ୍ତ ଗହଳି

ଭାବ ଭକତି ପଡେ ଉଛୁଳି 

ଧାଡ଼ି ଲାଗିଛି ଦୂରକୁ ଦୂର ।

ପତିତପାବନ ତହିଁ ଦେଖିବା 

ଆସ ବେଢ଼ା ପରିକ୍ରମା କରିବା ।


ସିଂହ ଦୁଆରୁ ଦକ୍ଷିଣକୁ ତ

ପରିକ୍ରମଣ କରନ୍ତି ଭକ୍ତ 

ତୁଣ୍ଡରେ ଜୟ ଜଗତ ନାଥ ।

ଦକ୍ଷିଣ ଦ୍ୱାରେ ଶ୍ରୀ ହନୁମାନ

କାନକୁ ପାତି ଅଛନ୍ତି ଜାଣ

ସିନ୍ଧୁ ଗର୍ଜନ ରୋକିଥାନ୍ତି ତ ।

ତାଙ୍କ ପାଦତଳେ ଯୁହାର ହେବା 

ଆସ ବେଢ଼ା ପରିକ୍ରମା କରିବା ।


ଦକ୍ଷିଣ ଦ୍ବାର ଅଶ୍ଵ ଦୁଆର

ଅଶ୍ବରେ ବିଜେ କଳ୍କୀ ଠାକୁର

ସତେ କରିବେ ମ୍ଳେଛ ସ‍ଂହାର

ରାଜା ଘରର ଲୋକମାନେ ତ

ମନ୍ଦିର ଯାନ୍ତି ଏହି ବାଟେତ

ଅର୍ଥ ପ୍ରତୀକ ଅଟେ ଏ ଦ୍ଵାର

ଦ୍ବାର ଗଣେଷଙ୍କୁ ଦ୍ବାରେ ଦେଖିବା

ଆସ ବେଢ଼ା ପରିକ୍ରମା କରିବା ।


ପରିକ୍ରମା ରେ ପଶ୍ଚିମ ଦ୍ବାର

ବସି ଅଛନ୍ତି ସେଠାରେ ବ୍ୟାଘ୍ର

କାମ ଅଟଇ ପ୍ରତୀକ ତାର

ତନ୍ତ୍ର ସାଧକ ବାମାଚାରୀ ଟି

ସେଇ ବାଟରେ ଆସନ୍ତି ନିତି

ପ୍ରଭୁଙ୍କ ପାଦେ ଶରଣ ଯାନ୍ତି

କୋଇଲି ବୈକୁଣ୍ଠ ଦେଖି ଆସିବା

ଆସଲୋ ସଜନୀ ଶ୍ରୀକ୍ଷେତ୍ର ଯିବା।


ଶେଷରେ ଆସେ ଉତ୍ତରଦ୍ବାର

ଉତ୍ତର ଦ୍ବାର ଦେବ ଦୁଆର

ଜଗି ଅଛନ୍ତି ହସ୍ତୀ ସେ ଦ୍ବାର

ଶାସ୍ତ୍ର ପୁରାଣେ ଅଛି ବର୍ଣ୍ଣନା

ମୋକ୍ଷ ପ୍ରତିକ ଏ ଦ୍ବାର ଜାଣ

ଦୁଃଖ ସାଗରୁ କରଇ ପାର

ମୋକ୍ଷ ପାଇଁ ପ୍ରାର୍ଥନା ଯେ କରିବା

ଆସଲୋ ସଜନୀ ଶ୍ରୀକ୍ଷେତ୍ର ଯିବା ।


ଶ୍ରୀମନ୍ଦିର ର ଚାରିପାଖରେ

ପରିକ୍ରମା ତ କରିଲେ ଥରେ

ଦୁଃଖ ଯାତନା ଦୂର ହୁଏ ରେ

ମନ ଭରିତ ମିଳେଇ ଶାନ୍ତି

ଉଛୁଳିପଡେ ଭାବ ଭକତି

ଦୂର ହୁଅଇ ମନରୁ କ୍ଳାନ୍ତି

ପ୍ରଭୁଙ୍କ ପାଦରେ ଶରଣ ଯିବା

ଆସଲୋ ସଜନୀ ଶ୍ରୀକ୍ଷେତ୍ର ଯିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract