STORYMIRROR

Lata Behera

Abstract

4  

Lata Behera

Abstract

ହିନ୍ଦୀ ଆମର ଗର୍ବ

ହିନ୍ଦୀ ଆମର ଗର୍ବ

1 min
23


ହିନ୍ଦୀ ଆମ ଗର୍ବ ଗୌରବ ଅଟଇ

   ଆମ ରାଷ୍ଟ୍ର ଭାଷା ଇଏ

ସାରା ଭାରତରେ ପ୍ରଚଳିତ ସିଏ

    ସବୁ ମନ ଛୁଇଁ ଯାଏ ।


ଅଠେଇଶି ରାଜ୍ୟ ଆମ ଭାରତରେ

    ସବୁଠି ତ ହିନ୍ଦୀ ଥାଏ

ସାତଗୋଟି କେନ୍ଦ୍ର ଶାସିତ ଅଞ୍ଚଳେ

   ହିନ୍ଦୀ ଭାଷା କୁହାଯାଏ ।


ପ୍ରତ୍ୟେକ ରାଜ୍ୟର ଭାଷା ବି ଭିନ୍ନତା

    ମାତୃଭାଷା ଏକ ଥାଏ

ତଥାପି ହିନ୍ଦୀଟି ସର୍ବ ଜନ ଠାରେ 

  ବେଶୀ ଲୋକାଦୃତ ହୁଏ ।


ବହୁଲୋକେ ହିନ୍ଦୀ କହୁଥାନ୍ତି ବୋଲି

   ରାଷ୍ଟ୍ରୀୟ ଭାଷାଟି ଇଏ

ସାରା ଭାରତରେ ଏ ହିନ୍ଦୀ ଭାଷାର 

     ମାନ୍ୟତାଟି ରହିଥାଏ ।


ଆମ ଭାରତର ଯୋଉଠିକି ଯାଅ

    ହିନ୍ଦୀ ଭାଷା ରହିଥାଏ

ସହଜରେ ଲୋକ କହି ପାରିଥାନ୍ତି

    ହିନ୍ଦୀ ବୁଝି ନ୍ୟନ୍ତି ସିଏ ।


ହିନ୍ଦୀ ଭାଷା ଜାଣି ଥାଏ ଯେଉଁ ନର

    ସାରା ଦେଶେ ବୁଲୁ ଥାଏ

ହିନ୍ଦୀ ନ ଜାଣିଲେ ନିଜ ରାଜ୍ୟେ ଖାଲି

     ବିଚରଣ କରେ ସିଏ ।


ଯଦି ବା ଅନ୍ୟର ରାଜ୍ୟକୁ ସେ ଯିବ

    ଅନ୍ୟର ସାହାରା ନିଏ

ଏମିତି ଜନର ସାହାରା ସେ ନିଏ

   ହିନ୍ଦୀ ଯିଏ ଜାଣି ଥାଏ ।


ହିନ୍ଦୁସ୍ତାନୀ ଆମେ ଧର୍ମ ଆମ ହିନ୍ଦୁ

   ରାଷ୍ଟ୍ର ଭାଷା ହିନ୍ଦୀ ଥାଏ

ସାରା ଭାରତରେ ଏଇ ହିନ୍ଦୀ ଭାଷା

    ଗୌରବମଣ୍ଡିତ ହୁଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract