STORYMIRROR

Lata Behera

Abstract

4  

Lata Behera

Abstract

ପ୍ରଣିପାତ

ପ୍ରଣିପାତ

1 min
3


ଓଡିଆ ସଂସ୍କୃତି ସଂସ୍କାର ମଧ୍ୟରେ 

   ପ୍ରଣିପାତ ଶ୍ରେଷ୍ଠ ମାନ

ପାଦ ଛୁଇଁ ମୁଣ୍ଡ ନୂଆଇଁ ନମିବା

   ସିଏ ତ ଅଟେ ମହାନ ।


ଓଡିଆ ଚଳଣି ରୀତି ନୀତି ପ୍ରଥା

   ସବୁଠାରୁ ମୂଲ୍ୟବାନ 

ସଂସ୍କାର ଯା ପାଖେ ଟିକେ ହେଲେ ନାହିଁ 

    ମିଳେ ନାହିଁ ସନମାନ ।


ଅନ୍ୟକୁ ମାନ୍ୟତା ଦେଖାଇ ଜାଣେ ଯେ

   ହୁଏ ନାହିଁ କେବେ ସାନ

ଯେଡେ ଗରିବଟି ହେଇ ଥାଉ ପଛେ

   ଆଖିରେ ହୁଏନା ହୀନ ।


ପୋଥି ପୁରାଣଙ୍କୁ ଖୋଳି ତାଡି ଦେଖ

    ଅଛି ପ୍ରଣିପାତ ମାନ

ରାମାୟଣ ମହାଭାରତ ପରଖ

   ପ୍ରଣିପାତ ଶ୍ରେଷ୍ଠ ସ୍ଥାନ ।


ଶ୍ରଦ୍ଧା ଭକତିରେ ପ୍ରଣିପାତ କରେ

   ପାଦ ଛୁଇଁ ଯେଉଁ ଜନ

ଶତ୍ରୁ ହେଲେ ମଧ୍ୟ ଆଶୀର୍ବାଦ କର

   ରଖେ ସେ ତାର ମଥାନ ।


ପ୍ରଣିପାତ ମାନେ ଭୂମିଷ୍ଠ ପ୍ରଣାମ

   ହାତକୁ ଯୋଡି ଶୟନ

ସ୍ନେହ ଆଶିଷଟି ମିଳେ ଯେତେବେଳେ 

   ସେହି ତ ଅପୂର୍ବ ଧନ ।


ପ୍ରଣିପାତକୁ ବି ଓଳଗି କହନ୍ତି 

   ଏକଥା ଭୁଲନି ମନ

ଭୂମିଷ୍ଠ ଓଳଗି ପ୍ରଣିପାତ ଅଟେ

   ସେଇ ତ ପ୍ରକୃତ ମାନ୍ୟ ।


ଦେବାଦେବୀ ଅବା ଗୁରୁ ଗୁରୁଜନ

   ଯୋଗୀ ଋଷି ମୁନି ଜନ

ସାଷ୍ଟାଙ୍ଗ ଭୂମିଷ୍ଠ ପ୍ରଣିପାତ ହେବ

   ମନେ ରଖିଥିବ ଧନ ।


ଯଦି ଅପମାନ ମିଳି ଥିବ କେବେ

   ଛାଡି ଦେବ ଅଭିମାନ

ଗୁରୁଜନ ପାଦ ଛୁଇଁ ପ୍ରଣିପାତ 

   କରିବ ଦେଇ ସମ୍ମାନ ।


ତାଙ୍କରି ଆଶିଷେ ସୁଖ ଶାନ୍ତି ପ୍ରାପ୍ତ

   ହସିବ ଏଇ ଜୀବନ

ପ୍ରଣିପାତ ତୁମେ କର ବା ଯାହାକୁ

   ସିଏ ଦେବ ଭଗବାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract