ସତ୍ୟ କର୍ମେ ଦିଅ ଧ୍ୟାନ !
ସତ୍ୟ କର୍ମେ ଦିଅ ଧ୍ୟାନ !
ସତ୍ୟ ମାର୍ଗେ ରହି
କାର୍ଯ୍ୟ କରୁ ଥାଏ
ଆଲୋଚନା ହୁଏ ତାର !
ପଛଘୁଞ୍ଚା ନୂହେ
କାହାରି କଥାରେ
ଧରି ଥାଏ ସେବା ଭାର !!
ନୂହେ ବିଚଳିତ
କାହାରି କଥାରେ
ବଢୁ ଥାଏ କୀର୍ତ୍ତି ତାର !
ରାଷ୍ଟ୍ର ପ୍ରେମ ପ୍ରୀତ
ରାଷ୍ଟ୍ରର ନିର୍ମାଣ
ଉଦ୍ଦେଶ୍ୟ ମାତ୍ର ତାହାର !!
ଦେଶେ ନିର୍ବାଚନ
ଆସି ଅଛି ପୁନଃ
ବାକବିତଣ୍ଡାରେ ଦଳ !
ସତା ଲାଭ ପାଇଁ
ତାଣ୍ଡବ ତାଙ୍କର
କରୁଛନ୍ତି ଗଣ୍ଡଗୋଳ !!
ସୀମା ଲଙ୍ଘୁ ଛନ୍ତି
ମଦ ବାଣ୍ଟୁ ଛନ୍ତି
ଟଙ୍କାର ଲାଗିଛି ଖେଳ !
କରି ଅଛି ଭଲ
ଅବଶ୍ୟ ବିଜୟ
ସତ୍ୟ ଅସତ୍ୟର ବେଳ !!
ଦେଖୁଛି ଜନତା
କରୁଛି ବିଚାର
ରାଷ୍ଟ୍ରର ଅମୃତ କାଳ !
ବିଜୟ ସତ୍ୟର
ଅବଶ୍ୟ ହୋଇବ
ସତ୍ୟରେ ଶାସନ ମୁଳ !!
ନାହିଁ କା ବିଜୟ
ଅସତ୍ୟ ବଚନେ
ସତ୍ୟର ଶକ୍ତି ପ୍ରବଳ !
ନୂଆ ଅନୁଭୂତି
ହେବ ଆବିର୍ଭାବ
କରିବ ରାଷ୍ଟ୍ର ଉଜ୍ଜ୍ୱଳ !!
ଆମ ଅଧିକାର
ମତଦାନ ପରା
ସରକାର ଗଢିବାର !
ସତ୍ୟ ମାର୍ଗେ ରୁହେ
ଶାସନ ଯାହାର
ତା ପକ୍ଷେ ଭୋଟ ଆମର !!
ଭବିଷ୍ୟ ଯୁବାର
ସତ୍ୟରେ ଜଡ଼ିତ
ସତ୍ୟ ପରା ଚିହ୍ନିବାର !
ନ ଚିହ୍ନିଲେ ସତ୍ୟ
ଅନ୍ଧାର ଭବିଷ୍ୟ
ସବୁ ହେବ ଛାରଖାର !!
ଟଙ୍କା ମଦ ପଛେ
କାହିଁ ପାଇଁ ଭାଇ
ସତ୍ୟେ ଦିଅ ସମର୍ଥନ !
ଭବିଷ୍ୟ ଅନ୍ଧାର
ଅସତ୍ୟର ପଥ
କ୍ଷଣ ସୁଖେ କିମ୍ପା ମନ ?
