Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

asmilkumar officials

Abstract Inspirational Others

4  

asmilkumar officials

Abstract Inspirational Others

ପହିଲି ଦେଖା

ପହିଲି ଦେଖା

1 min
372


ପାଦ ଚାପି ଚାପି ଯାଉଥିଲ ଚାଲି 

         ହେଉଥିଲ ବାଟେ ଝୁଣ୍ଟେଇ,

ମୋତେ ଦେଖି ମୁହଁ ନଇଁ ଦେଉଥିଲ

         ଯାଇଥିଲ ଟିକେ ଲାଜେଇ ।


ମୋତେ ଦେଖି କିଏ ଏ ନୁଆଁ ମଣିଷ 

         କହୁଥିଲ ତୁମ ସାଙ୍ଗକୁ,

ମୁରୁକୀ ମୁରୁକୀ ହସିଦେଇ ଓଠେ

         ଚାଲି ଯାଉଥିଲ ଆଗକୁ ।


ବୁଝି ପାରେନାହିଁ ହସ ତୁମ ଦେଖି

         କେଡେ ବୋକା ଟାଏ ମୁହିଁ,

ପଢିଗଲା ବେଳେ ଥରେ ଦେଖା ହେଲେ

         ଖୁସି ଜମା ସରେ ନାହିଁ ।


ଟଗର ଫୁଲକୁ ହାତେ ତୁମ ଦେଖି

         ପଚାରେ ଯେ କାହା ପାଇଁ,

କେହି ନାହିଁ ମୋର ଦେବାକୁ ଏ ଫୁଲ

         କାହାକୁ ମୁଁ ଦେବି କାହିଁ ।


ଖୁସିରେ ଧରିଛି ଟଗର ତୋଡ଼ାକୁ

         ମନ ହେଲା ବୋଲି ଆଜି,

କହିଦେଇ ବାଟେ ଚାଲିଯାଅ ସିଧା

         ଗଲାପରେ ହୁଏ ଖୋଜି ।


କହୁ କହୁ ଦିନେ କହିଦେଲି ଭାବି 

         ମୁଁ ତୁମକୁ ଭଲ ପାଏ,

ଦେଲ ଯେ ଉତ୍ତର ଗୁଣ୍ଡା ଭାଇ ମୋର

         ଜାଣିଲେ ମାରି ପକାଏ ।


ଡରିବନି ଯଦି ରାଜି ତୁମଠାରେ

         ମୁଁ ବି ପାଉଛି ଭଲ,

କଥା ଦିଅ ମୋତେ ହାତ ଛାଡିବନି

        ଫାଟିଗଲେ ବି ବାଦଲ ।


କଥା ଦେଇଥିଲି ଛୁଇଁ ଦେହ ତୁମ

        ଆସୁ ପଛେ ଯେତେ ବାଧା,

ପାଉଥିବି ଭଲ ଜିଇଁ ଥିବା ଯାଏ

        ରଖିବିନି ତାକୁ ଅଧା ।


ସଞ୍ଜରେ ପହିଲି ଦେଖା ହେଲା ଦିନେ

        ପାଇବାକୁ ମିଠା ଛୁଆଁ,

ଓଠ ସାଥେ ଓଠ ମିସେଇ ମୋ ସାଥେ

        ଦେଇଥିଲ ଆଙ୍କି ଚୁମା ।


Rate this content
Log in

Similar oriya poem from Abstract