Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

asmilkumar officials

Others

4  

asmilkumar officials

Others

ଫଗୁଣର ପଇଁତରା

ଫଗୁଣର ପଇଁତରା

1 min
815


ଝିଲି ମିଲି ଦିଶେ ରଙ୍ଗ ବେରଙ୍ଗିଆ

ଫଗୁ ଅବିର ରୋଷଣୀ,

ରାଧାମାଧବଙ୍କ ରଙ୍ଗ ଦିଆ ନିଆ

ଆସିଲା ଏଥର ପୁଣି |


ରଙ୍ଗୋଲି ଖେଳରୁ ବଢିବ ସମ୍ପର୍କ

ହେବ ମନ ଦିଆନିଆ,

ପ୍ରେମିକ ପ୍ରେମିକା ଆସିଛି ସମୟ

ସାଜିବେ ତୋ ଶାରୀ ଶୁଆ |


ପ୍ରେମିକ ଯାଇଛି ଦୂର ରାଇଜକୁ

ପ୍ରେମିକାକୁ କଥା ଦେଇ,

ଫଗୁଣ ଆସିଲେ ଆଣିବି ସିନ୍ଦୁର

ସିନ୍ଥିରେ ଦେବି ଲଗେଇ |


ନାଲି ଜରଜର ଅଳତା ଆଣିବି

ଲଗେଇବୁ ସରୁ ପାଦେ,

ଶଙ୍ଖା ଆଣିବି ତୋ ହାତକୁ ଜାଣି ଲୋ

ଚମକିବୁ ତା ଶବଦେ |


ନାଲି ପାଟ ଶାଢ଼ୀ ହୀରା ମୋତି ଖଞ୍ଜି

ଆଣିବି ତୋପାଇଁ କିଣି,

ସୁନା ଅଳଙ୍କାରେ ସଜେଇବି ତୋତେ

ଦିଶିବୁ ଲୋ ପାଟରାଣୀ |


ଫେରିଲେ ଘରକୁ କଥା ପକେଇବି

ବ୍ରାହ୍ମଣ ପଢିବ ମନ୍ତ୍ର,

ଅଗ୍ନି ସାକ୍ଷୀ ରଖି ଦେବି ତୋ ଗଳାରେ

ପିନ୍ଧାଇ ମଙ୍ଗଳ ସୂତ୍ର |


ଦଶ ଦିଗପାଳ ଚାହିଁ ବସିଥିବେ

କାଟିବା ଲୋ ସାତଫେରା,

ମୁଁ ହେବି ବର ତୁ ହେବୁ କନିଆଁ

ଦେଖିବ ଦୁନିଆଁ ସାରା |


ସ୍ୱାମୀ ସ୍ତ୍ରୀ ନାମେ ପରିଚିତ ହେବା

ଗଢିବା ନୁଆଁ ସଂସାର,

ଏଇତ ଫଗୁଣ ଆସିଲା ଏଥର

ହେବ ଆମ ବାହାଘର |


Rate this content
Log in